ବିଧାନସଭାରେ କଂଗ୍ରେସର ପ୍ରତିବାଦ ଯୋଗୁ ଚାଲିପାରିଲାନି ପ୍ରଶ୍ନକାଳ । ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ 4 ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
ସେପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଦେଶରେ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ରାହୁଲ ଗାନ୍ଧୀଙ୍କ ସଭ୍ୟ ପଦ ରଦ୍ଦ ପଛରେ ସୁଚିନ୍ତିତ ଷଡ଼ଯନ୍ତ୍ର । ଯେହେତୁ ଗଣତନ୍ତ୍ର ନାହିଁ, ତେଣୁ ଗୃହ ଚାଲି କି ଲାଭ ।
ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ରବିବାର ଦେଶବ୍ୟାପୀ ସତ୍ୟାଗ୍ରହ ପାଳନ କରାଯାଇଛି । ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସତ୍ୟାଗ୍ରହରେ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଗତକାଲି ପ୍ରଦେଶ କଂଗ୍ରେସର ସମସ୍ତ ନେତୃବର୍ଗ ଗାନ୍ଧୀ ପାର୍କରେ ପୂର୍ବାହ୍ନ 10 ଟାରୁ ଅପରାହ୍ନ 5 ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ କରିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...