ଅର୍ଗସ ବ୍ୟୁରୋ: ଆଜି ବି ସରଗରମ ହୋଇପାରେ ଗୃହ। ଆଜି ବିଧାନସଭାର ପ୍ରଶ୍ନକାଳରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ସେହିପରି ଶୂନ୍ୟକାଳରେ ରାଜ୍ୟରେ ଅଫିସର ରାଜ୍ ଓ ଓଡିଶା ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ବିବାଦୀୟ ବୟାନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରି ପାରନ୍ତି ବିରୋଧୀ।
ଅଧିକ ପଢ଼ନ୍ତୁ:ସରକାର ଚାହୁଁନାହାନ୍ତି ଶୂନ୍ୟକାଳରେ ବିରୋଧୀ କୁହନ୍ତୁ
ଏହାପରେ ସିଧାସଳଖ ଗୃହ ବିଭାଗର ଖର୍ଚ୍ଚ ଦାବି ସମ୍ପର୍କରେ ଗୃହରେ ଆଲୋଚନା ହେବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଵିଶେଷ କରି ନବ ଦାସ ହତ୍ୟାକାଣ୍ଡ ଓ ଗୋବିନ୍ଦ ସାହୁ ରହସ୍ୟ ଜନକ ମୃତ୍ୟୁ, ବଢୁଥିବା ଅପରାଧକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ । ଏ ସବୁ ଭିତରେ ଗୃହରେ ମୁଖ୍ୟମନ୍ତ୍ରୀ ରଖିବାକୁ ଥିବା ବିବୃତି ଉପରେ ରହିବ ସମସ୍ତଙ୍କ ନଜର ରହିବ।