୧୬ ତାରିଖରେ ଅଫିସରୁ ଘରକୁ ଫେରିନଥିଲେ ରାଜଗାଙ୍ଗପୁର ରାମବାହାଲର ସୁସ୍ମିତା। ୧୭ ତାରିଖରେ ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ପରିବାର। ହେଲେ ସୁସ୍ମିତା ରାଧିକା ରିଜେନ୍ସିରେ ଥିବା କହିଥିଲା ପୋଲିସ। ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ଭେଟିବାକୁ ଛଡାଯାଇନଥିଲା। ୧୮ ତାରିଖ ସଂଧ୍ୟାରେ ପାର୍କ ପୋଖରୀରୁ ମୃତଦେହ ମିଳିଥିଲେ ବି ବିଳମ୍ବରେ ଅର୍ଥାତ ୧୯ ତାରିଖରେ ପରିବାରକୁ ଜଣାଇଥିଲା ପୋଲିସ। ବଡ କଥା ହେଲା ଅଫିସରୁ ରାଧିକା ଏଜେନ୍ସିରେ କେମିତି ପହଞ୍ଚିଥିଲେ ସୁସ୍ମିତା ? ସେ ନିଜ ଇଚ୍ଛାରେ ଯାଇଥିଲେ ନା କେହି ତାଙ୍କୁ ସେଠାକୁ ନେଇଥିଲା ? ପୋଲିସ ନିଖୋଜ ସୁସ୍ମିତାଙ୍କୁ ପାଇବା ପରେ ବି କାହିଁକି ଘରକୁ ଫେରାଇ ଆଣି ନଥିଲା ?
ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଥିଲେ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚ ପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁରେ ବଡ ଅଧିକାରୀ କିଛି ଲୁଚାଇଥିବା ସନ୍ଦେହ। ପରିବାରକୁ ବିଳମ୍ବରେ ଜଣାଇବା ପଛରେ ଲୁଚିଛି କି ମନ୍ଦ ଉଦ୍ଦେଶ୍ୟ ? ନା କିଛି ରହସ୍ୟ ଖୋଲିଯିବା ଭୟରେ ଯୋଜନାବଦ୍ଧ ଭାବେ ସୁସ୍ମିତାଙ୍କୁ ହତ୍ୟା କରାଯାଇନି ତ ?
ଅଧିକ ପଢ଼ନ୍ତୁ ଓଡିଶା ଖବର: