ସାମ୍ପ୍ରତିକ ପରିସ୍ଥିତିରେ ମୌଳିକ ଏବଂ ଉନ୍ନତ ରାସା ଓସାଡିସ୍ ଏବଂ ସେମାନଙ୍କର କ୍ଲିନିକାଲ୍ ପ୍ରୟୋଗଗୁଡ଼ିକ ଶିଖିବା ନିହାତି ଆବଶ୍ୟକ । ଏହା ବ୍ୟତିତ ଆୟୁର୍ବେଦ କ୍ଷେତ୍ରରେ ଆମର ସଫଳତାକୁ ସମ୍ମାନ ଦେବା ଏବଂ ଏହି ସଫଳତାରେ ଅବଦାନ ଦେଇଥିବା ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କୁ ଚିହ୍ନିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ।
ଆସ୍ଥା ଫାଉଣ୍ଡେସନ୍ ରସାମାଂଥନର ସଫଳତାକୁ ପାଳନ କରିବା ପାଇଁ ପଦକ୍ଷେପ ନେଇଛି । ଏବେ ଅନେକ ପ୍ଲାଟଫଂର୍ମରେ ଆୟୁର୍ବେଦ ଚିକିତ୍ସାକୁ ଫୋକସ୍ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଆୟୁର୍ବେଦ ଚିକିତ୍ସାର ଶିକ୍ଷକ ତଥା ଆୟୁଷ ମନ୍ତ୍ରଣାଳୟ ଭାରତ ସରକାର ମହାନିର୍ଦ୍ଦେଶକ ରବିନାରାୟଣ ଆଚାର୍ଯ୍ୟଙ୍କୁ ସମ୍ମାନିତ କରାଯାଇଥିଲା।