ଅର୍ଗସ ବ୍ୟୁରୋ :ଏଇ ଗାଙ୍ଗମଣି ଜେନା ବୟସ ୧୭,ପାଠ ପଢ଼ିବା ବୟସରେ ସେ ମାର୍କେଟ ରେ ବସି ପରିବା ବିକ୍ରି କରୁଛି। ଦାରିଦ୍ର୍ୟ ଭିତରେ ବଞ୍ଚିବାର ରାହା ଖୋଜୁଛନ୍ତି ଗଙ୍ଗାମଣି। ପରିବାର କହିଲେ ରୋଗୀଣା ମାଆର ସାହାରା ପଲଟିଛି । ତଥାପି ସେ ଧର୍ଯ୍ୟ ହରାଇ ନାହିଁ। ମାତ୍ର 17 ବୟସରେ ପାଠପଢା ଛାଡି ରୋଗୀଣା ମା ମୁହଁରେ ଟିକିଏ ଔଷଧ ଓ ଦୁଇ ଓଳି ଖାଦ୍ୟ ଦେବାପାଇଁ କଠିନ ପରିଶ୍ରମ କରୁଛି ଝିଅ। ଯେଉଁ ବୟସର ହାତରେ କଲମ,ବହି ଧରିବା କଥା ସେଇ ବୟସରେ ହାତରେ ନିକିତି ଧରିଛି। ଆଉ କହୁଛି ବାବୁ ପରିବା ନିଅନ୍ତୁ ବାବୁ ତାଜା ପରିବା ନିଅନ୍ତୁ ସବୁ ଭାଗ୍ୟର ଭାଗ୍ୟର ବିଡମ୍ବନା । ସେ ପଟେ ଗଙ୍ଗାମଣିର ବାପାଙ୍କ ମୃତ୍ୟୁ ପରେ ମାଆ ପର ଘରେ କାମ କରି ନିଜ ଝିଅକୁ ପଠା ପଢ଼ାଉଥିଲା। ଏବେ ନିଜ ରୋଗ ଶଯ୍ୟାରେ ପଡି ଝିଅ ରୋଜଗାରକୁ ଚାହିଁ ବସିଛନ୍ତି।
ଅନ୍ୟପଟେ ମୁଣ୍ଡ ଗୁଞ୍ଜିବା ପାଇଁ ସ୍ଥାୟୀ ଘର ଟିଏ ନାହିଁ ସେଠାର ମାଆକୁ ସୁସ୍ଥ କରିବା ପାଇଁ ଏତେ ଅର୍ଥ କେଉଁଠୁ ବା ଆଣିବ। ଘର କହିଲେ ଦୁଇ ଖଣ୍ଡ ଆଜବେଷ୍ଟ ସାଙ୍ଗକୁ ଝାଟିମାଟି ଘର। ସବୁ ପରେବି ଗଙ୍ଗାମଣିର ପାଠ ପଢିବାକୁ ବହୁତ ଇଛା। କେମିତି ବା ପାଠ ପଡ଼ିବ? ହେଲେ ଗଙ୍ଗାମଣି ଉପରେ ସରକାରଙ୍କ ନଜର ପଡ଼ୁନି। ତେବେ ଦେଖିବାକୁ ବାକି ରହିଲା ସରକାରଙ୍କ ଶୁଭ ଦୃଷ୍ଟି କେବେ ପଡୁଛି ଗଙ୍ଗାମଣିଙ୍କ ଉପରେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।