ଅଧିକ ପଢନ୍ତୁ : ନିର୍ବାଚନ ଲଢିବା ପାଇଁ ମିଳିଲା ଗ୍ରୀନ ସିଗନାଲ
ଏମର୍ମରେ ଆଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏଥିରୁ ପ୍ରତିୟମାନ ହେଉଛି ଯେ, ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଶାସକ ଦଳର ହାତବାରିସ ହୋଇ କାର୍ଯ୍ୟ କରୁଛନ୍ତି ଯାହା ଗଣତନ୍ତ୍ର ପ୍ରତି ବିପଦ । ଶାସକ ବିଜୁ ଜନତା ଦଳ ଅନୈତିକ ଉପାୟରେ କ୍ଷମତା ଦଖଲ କରିବା ପାଇଁ ପ୍ରଶାସକ ଓ ସରକାରୀ ଅଧିକାରୀମାନଙ୍କୁ ଅସ୍ତ୍ର ରୂପେ ବ୍ୟବହାର କରୁଛି । ଯେଉଁଥିରେ ଅବାଧ, ମୁକ୍ତ ଓ ନୀରପେକ୍ଷ ନିର୍ବାଚନ ହେବା ନେଇ ସନ୍ଦେହ ପ୍ରକାଶ ପାଉଛି ବୋଲି ଶ୍ରୀ ମହାପାତ୍ର ନିର୍ବାଚନ କମିଶନଙ୍କୁ ଅଭିଯୋଗ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ମନୋଜ ମହାପାତ୍ର ଓ ଲିଗାଲ ସେଲ୍ ଅଧ୍ୟକ୍ଷ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।