ଆମେ କହୁଥିବା ଘଟଣା ବାବଦରେ ଆପଣ ଠିକ ବୁଝିପାରୁଥିବେ। ଆମେ କହୁଛୁ, କଟକ ଆଠଗଡର କଥା। ଖୁଣ୍ଟୁଣୀ ଥାନା ଗଜାଆମ୍ବ ଗ୍ରାମର। ଏଇ ଗାଁର ଅଲେଖ ଚନ୍ଦ୍ର ସାହୁ ନିଜ ଜନ୍ମକଲା ଝିଅ ଜୋସ୍ନାଙ୍କ ନାଁରେ ଜାଗା କିଣିଥିଲେ। କିନ୍ତୁ ଝିଅ ଏବେ ତାଙ୍କୁ ସେଇଘରୁ ବେଦଖଲ କରିଦେଲା। କି ଅବସ୍ଥା ଆପଣ ଥରେ ଚିନ୍ତା କରନ୍ତୁ। ଅଲେଖ ଓ ତାଙ୍କ ପତ୍ନୀ ଝିଅ ଘରୁ ତଡା ଖାଇବା ପରେ ପର ଦୁଆରେ ଆଶ୍ରୟ ନେଇଛନ୍ତି। ୨ ଦିନ ଗାଧେଇ ନାହାନ୍ତି କି ଖାଇ ନାହାନ୍ତି। ଦୁଆରେ ବନ୍ଧା ହୋଇଥିବା ଗୋରୁ ବି ପାଣି, ତୋରାଣୀ ମୁନ୍ଦେ ପାଇ ନାହାନ୍ତି।
ସେମାନେ ଏବେ କେମିତି ବଞ୍ଚିବେ ତାକୁ ନେଇ ଚିନ୍ତାରେ। ମଣିଷ ପିଲାଛୁଆ ଜନ୍ମ କରେ, ଭବିଷ୍ୟତ ସୁଧାରିବାକୁ। ଯଦି କିଛି ସୁବିଧା ଅସୁବିଧା ହୁଏ, ତା ହେଲେ ପରିଣତ ବୟସରେ ପିଲାଗୁଡାର ଅନ୍ଧର ଲଉଡି ହେବେ, ଆଶାବାଡି ହେବେ। ହେଲେ ଏଠି ସମ୍ପର୍କର ସବୁଠୁ ବଡ଼ ସୂତାଖିଅ ଛିଣ୍ଡି ଯାଇଛି। ବାପା-ମା’ ଏବେ ନିଜ ଭାଗ୍ୟ ଆଦରି ପର ଦୁଆରେ ଅନ୍ନ ମୁଠାଏକୁ ଚାତକ ପରି ଚାହିଁଛନ୍ତି।