ଆମେ କହୁଛୁ, ସେହି ମହିଳାଙ୍କ କଥା ଯାହାକୁ ଘରୁ ବାହାର କରିଦେଲା ଜନ୍ମକଲା ଝିଅ। କଟକ ଆଠଗଡର ଗଜାଆମ୍ବ ଗ୍ରାମର ଅଲେଖ ସାହୁଙ୍କ ପତ୍ନୀଙ୍କ କଥା। ବାପା ମା’ ବାହା କରେଇଲେ। ଝିଅ ପାଇଁ ଯାବତୀୟ କଷ୍ଟ ସହିଲେ। ସମୟ ଗଡିଲା ସହ ଝିଅ ବଦଳିଗଲା। ନିଜ ନାଁରେ ଘର ଅଛି କହି, ଜନ୍ମକଲା ବୁଢା ବାପା, ମା’ଙ୍କୁ ପୁଲିସ ଲଗେଇ ଘରୁ ବାହାର କଲା।
‘ଝିଅ ଜନ୍ମ କରିଥିଲି ମାରିବ ବୋଲି। ଥାନାରେ ପୂରେଇଲା। ପୁଲିସ ଲଗେଇ ମାଇଲା। ଶେଷରେ ନଙ୍ଗଳା ମୁକୁଳା କରି ଦେହରେ ଯାହା ଥିଲା ସବୁ ନେଇଗଲା। ଥିଲା ଥିଲା, ତଣ୍ଟିଚିପି ୧୨ ଲୋକଙକ ଆଗରେ ମାଇଲା, କାମୁଡିଦେଲା।‘
ଏ ବୟସରେ ଏମିତି ଦୁଭାଗ୍ୟ ଭଗବାନ କାହାକୁ ନ ଦିଅନ୍ତୁ।