ଏକଦା ଶ୍ରୀମନ୍ଦିର ମଧ୍ୟରେ ସଂସ୍କୃତ ଭାଗବତ ଶୁଣିଲା ବେଳେ ମାତା ପଦ୍ମାବତୀ ଅର୍ଥ ବୁଝିପାରିଲେ ନାହିଁ। ହେଲେ ସେ ସମୟରେ ପୁରାଣ ପଢୁଥିବା ପଣ୍ଡିତ ବୁଝାଇବାକୁ ବିରକ୍ତି ପ୍ରକାଶ କଲେ। ଏ କଥା ଜଗନ୍ନାଥ ଦାସଙ୍କୁ ଜଣାପଡିବା ପରେ, ମାତାଙ୍କ ଅନୁରୋଧରେ ସେ ଆରମ୍ଭ କରିଥିଲେ ଓଡ଼ିଆ ଭାଗବତ ରଚନା। ନବାକ୍ଷରୀ ଛନ୍ଦ ବା ୯ ଅକ୍ଷର ବିଶିଷ୍ଟ କବିତା ପଙ୍କ୍ତିରେ ରଚନା କରିଥିଲେ ଓଡ଼ିଆ ଜାତୀର ମହାକାବ୍ୟ ଓଡ଼ିଆ ଭାଗବତ । ଶ୍ରୀମନ୍ଦିର ବଟ ଗଣେଶଙ୍କ ଚରଣାଶ୍ରୀତ ହୋଇ ଲେଖାଯାଇଥିବା ଏହି କାବ୍ୟ ଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପରମ ପ୍ରିୟ।
ବିଧର୍ମୀମାନଙ୍କ ଉତ୍କଳ ଆକ୍ରମଣ ବେଳେ ଧର୍ମପ୍ରାଣ ଓଡ଼ିଆଙ୍କୁ ଏକସୂତ୍ରରେ ବାନ୍ଧିବାକୁ ସକ୍ଷମ ହୋଇଥିଲା ଏହି ଭାଗବତ । ଗାଁ ଗାଁ ରେ ଗଢିଉଠିଥିଲା ଭାଗବତ ଟୁଙ୍ଗୀ। ଏହି ଓଡ଼ିଆ ସାଧକଙ୍କ ସାଧନା ଦେଖି ଦିନେ ଚୈତନ୍ୟ ମହାପ୍ରଭୁ ତାଙ୍କୁ ଅତିବଡି ବା ମହାନ୍ ବୋଲି କହି ସମ୍ବୋଧୀତ କରିଥିଲେ। ୧୫୫୦ ଖ୍ରାଷ୍ଟାଦ୍ଦରେ ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ଜଗନ୍ନାଥ ଦାସଙ୍କର ତିରୋଧାନ ହୋଇଥିଲା ।
ଉତ୍କଳୀୟ ଗାରିମାର ମହାନ ପୁରୁଷ, ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ ଅତିବଡିଙ୍କ ଜନ୍ମୋତ୍ସବରେ ଅର୍ଗସ୍ ପରିବାରର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।