ଆଜି ଓଡ଼ିଆ ଭାଗବତର ରଚୟିତା ଅତିବଡ଼ି ଜଗନ୍ନାଥ ଦାସଙ୍କ ପୂଣ୍ୟ ଜନ୍ମତିଥି । ଆଜିର ଦିନରେ ପୁରୀ ଜିଲ୍ଲା କପିଳେଶ୍ୱରପୁର ଶାସନରେ ଜଗନ୍ନାଥ ଦାସ ଭୂମିଷ୍ଟ ହୋଇଥିଲେ । ଯେଉଁ କ୍ଷଣରେ ବୃଷଭାନୁ ନନ୍ଦିନୀ ରାଧା ଦେବୀଙ୍କର ଜନ୍ମ, ସେହି ସମୟରେ ଅତିବଡି ଜନ୍ମ ହୋଇଥିବାରୁ କିଛି ସାଧକ ତାଙ୍କୁ ରାଧାଙ୍କର ଅଂଶାବତାର ବୋଲି ବିଶ୍ୱାସ କରନ୍ତି । ତାଙ୍କ ପିତାଙ୍କ ନାମ ଥିଲା ଭଗବାନ ଦାସ ଓ ମାତାଙ୍କ ନାମ ଥିଲା ପଦ୍ମାବତୀ ।
ଅତିବଡ଼ିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବରିଷ୍ଠ ସାମ୍ୱାଦିକ

ଅର୍ଗସ ବ୍ୟୁରୋ: ଓଡିଆ ଜାତିର ସର୍ବକାଳୀନ ଆଦର୍ଶ, ଚିର ବନ୍ଦନୀୟ ମହାପୁରୁଷ, ବିଶ୍ୱର ପ୍ରଥମ ପରିବେଶ ବିଜ୍ଞାନୀ ସନ୍ଥ ଅତିବଡ଼ି ଜଗନ୍ନାଥ ଦାସଙ୍କ ପବିତ୍ର ୫୩୦ତମ ଜୟନ୍ତୀ । ଏହି ଅବସରରେ ରାଜଧାନ ଭୁବନେଶ୍ୱରରେ ଥିବା ଭଞ୍ଜକଳା ମଣ୍ଡପଠାରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ସଂସ୍କୃତି ପ୍ରାଣ ରମେଶ ଚନ୍ଦ୍ର ପାତଳାସିଂହ ଏବଂ ବରିଷ୍ଠ ସାମ୍ୱାଦିକ ପ୍ରଦ୍ୟୁମ୍ନ ଶତପଥୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Download Argus News App
