ପରେ ବିଭିନ୍ନ ଏଟିଏମ କାଉଣ୍ଟରରୁ ଟଙ୍କା ଉଠାଇ ନେଇ ଯାଉଥିଲା । ଏ ନେଇ ଲୁଟ ର ଶିକାର ହେଇଥିବା ଜଣେ ଅବସର ପ୍ରାପ୍ତ ଶିକ୍ଷକ ସେଖ ହସେନ୍ ଉମରକୋଟ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ଉମରକୋଟ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରକୁ ଆଣିଥିଲା । ଶେଷରେ ସିସିଟିଭି କ୍ୟାମେରା ଆଧାରରେ ଲୁଟେରାକୁ ଚିହ୍ନଟ କରିଥିଲା ।
ଏବଂ ତଥ୍ୟ ପ୍ରମାଣ ପାଇବା ପରେ ଲୁଟେରାକୁ ଚନ୍ଦାହାଣ୍ଡି ପୂଜାରିଗୁଡ଼ା ଗ୍ରାମରୁ ତା ଘରୁ ଉଠେଇ ଆଣିଥିଲା । ଲୁଟେରା ଠାରୁ ଗୋଟିଏ ମୋଟର ସାଇକେଲ, ୪ ଟି ଏଟିଏମ କାର୍ଡ, ଗୋଟିଏ ମୋବାଇଲ ଓ ନଗଦ ୧୦ ହଜାର ଟଙ୍କା ଜବତ କରିଛି । ଏଇ ଲୁଟ୍ ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ ତାହା ଅଧିକ ତଦନ୍ତ ପରେ ଜଣା ପଡ଼ିବ ବୋଲି ଏକ ପ୍ରେସ୍ ମିଟ ଦେଇ ପ୍ରକାଶ କରିଛନ୍ତି ଉମରକୋଟ SDPO ଶୁଭେନ୍ଦୁ କୁମାର ଶବର ।