ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ଢ଼େଙ୍କାନାଳ: କାନାଡ଼ା ବ୍ୟାଙ୍କ ଏଟିଏମକୁ ତାଡିଲେ ଦୁର୍ବୁତ୍ତ

ଢ଼େଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଇଲେକ୍ଟ୍ରିକ ଅଫିସ ଛକ ସ୍ଥିତ କାନାଡ଼ା ବ୍ୟାଙ୍କ ଏଟିଏମକୁ ତାଡିଲେ ଦୁର୍ବୁତ୍ତ । ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଏଟିଏମ ତାଡି ଟଙ୍କା ନେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି । ଦୁର୍ବୁତ୍ତମାନେ ଏଟିଏମ ମେସିନକୁ ଭାଙ୍ଗି ସିଷ୍ଟମ ପିନାକିଲକୁ ନଷ୍ଟ କରି ଦେଇଛନ୍ତି ।
ତେବେ ଏଟିଏମରୁ କୌଣସି ଟଙ୍କା ଯାଇନଥିବା ସୂଚନା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ । ଅଂଚଳରେ ଏକ ଚୋର ଗ୍ୟାଙ୍ଗ ଏଥିରେ ସକ୍ରିୟ ଥିବା ଅନୁମାନ କରାଯାଉଛି । ଏନେଇ ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଂଚି ତଦନ୍ତ ଜାରି ରଖିଛନ୍ତି ।
Download Argus News App
