ସ୍ଥାପନର କିଛି ମାସ ଭଲ ଭାବେ ଲୋକଙ୍କୁ ଉକ୍ତ ଏଟିଏମ୍ ସେବା ଯୋଗାଇ ଆସୁଥିଲା । କିନ୍ତୁ ଗତ କିଛି ମାସ ହେଲା ଉକ୍ତ ଏଟିଏମ୍ ପ୍ରାୟ ସବୁ ସମୟରେ ଅଚଳ ଅବସ୍ଥାରେ ରହିଆସୁଛି । କେତେବେଳେ ଅଫଲାଇନ୍ ରହୁଛି ତ କେତେ ବେଳେ ଏଟିଏମରେ ଟଙ୍କା ରହୁ ନାହିଁ । ଦୂରଦୂରାନ୍ତରୁ ଲୋକେ ଏଟିଏମରୁ ଟଙ୍କା ଉଠାଣ ପାଇଁ ଆସୁଛନ୍ତି । ଅଚଳ ଅବସ୍ଥାରେ ରହୁଥିବାରୁ ନିରାଶ ହେଉଥିବା ଦେଖିବାକୁ ମିଳିଛି । ଏଠାରେ ଏଭଳି ଅବସ୍ଥା ପ୍ରାୟ ସବୁ ସମୟରେ ଲାଗି ରହୁଥିବାରୁ ଲୋକେ ବାଧ୍ୟ ହୋଇ ପ୍ରାୟ ୧୨ କିଲୋମଟର କୋଡ଼ିଙ୍ଗା କିମ୍ବା ୨୫ କିଲୋମଟର ମୋକିଆ ଏଟିଏମ୍ କୁ ଯିବାକୁ ପଡ଼ୁଥିବା କହିଛନ୍ତି କିଛି ଗ୍ରାହକ ।
ଗତ କିଛି ଦିନ ତଳେ ଲକ୍ଷାଧିକ ଟଙ୍କାର ଅନୁଦାନରେ ଏଟିଏମ୍ ଗୃହ ମରାମତି କାର୍ଯ୍ୟ ହୋଇଥିଲେ ମଧ୍ୟ ଛାତରୁ ବର୍ଷା ପାଣି ଗଳୁଛି । ଏଟିଏମ୍ ଭିତରେ ପାନ ଛେପ ପଡ଼ି ପରିବେଶ ଦୂଷିତ ହେଉଛି । ଏହିଭଳି ଅବସ୍ଥା ଲାଗିରହିଥିବାବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।
ଆହୁରି ପଢନ୍ତୁ ଓଡିଶା ଖବର...