ଆଜି ନୂଆପଡ଼ା ବ୍ଲକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ହଷ୍ଟେଲ ବିଲଡିଂ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଥିଲା । ହେଲେ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ସୂଚନା ଦେଇନଥିବା ଅଭିଯୋଗ କରି ଫଳକ ଭାଙ୍ଗିଲେ ବ୍ଲକ ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦ ସଦସ୍ୟ । ଦୀର୍ଘ ଦିନ ହେବ ମନ୍ତ୍ରୀ ନିଜର ମନମୁଖୀ କାର୍ଯ୍ୟ କଲାପ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି ଏହି ଜନ ପ୍ରତିନିଧି ।
ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମନ୍ତ୍ରୀ ହେବା ଦିନ ଠାରୁ ନିଜର ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ପଞ୍ଚାୟତ ସ୍ତରରେ କାର୍ଯ୍ୟ କରୁଥିବା ଜନ ପ୍ରତିନିଧି ଏବଂ ନିଜର କର୍ମୀ ମାନଙ୍କୁ ମଧ୍ୟ ବିଭିନ୍ନ ସମୟରେ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏପରିକି ମନ୍ତ୍ରୀ ନିଜର ସରକାରୀ ଗସ୍ତରେ ମଧ୍ୟ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କୁ ଡାକୁ ନଥିବା ଚର୍ଚା ହେଉଛି । ଆଜି ସଦର ବ୍ଲକ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଭୂମି ପୂଜନ କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଇଛି । ତା ସହିତ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇ ଫେରିବା ସମୟରେ ମଧ୍ୟ ତାଙ୍କୁ କୌଣସି ସୂଚନା ଦିଆ ଯାଇନଥିବା ଅଭିଯୋଗ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ । ତେବେ ଏ ସମ୍ପର୍କରେ ନୂଆପଡ଼ା ବିଧାୟକ ତଥା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ପଦାରେ ପଡିଛି ବିଜେଡିର ଗାଷ୍ଠି କନ୍ଦଳ । ଜିଲ୍ଲାରେ ବିଜେଡି କନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଥିବା ବେଳେ ଏହା ଏବେ କ୍ୟାବିନେଟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।