କାହିଁକି ଜେଲ୍ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ମୁହଁରେ ତୁଣ୍ତି
ଭଦ୍ରକ: ଜମିଜମା ବିବାଦକୁ ନେଇ ଭାଇ ଭାଇ ମଧ୍ୟରେ ମରଣାତ୍ମକ ଅକ୍ରମଣ । ଏଥିରେ 7 ଜଣ ଗୁରୁତର ହୋଇଥିବାବେଳେ 4 ଜଣଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ସୁବଦିଆ ଗାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ସୁବଦିଆ ଗାଁର 4 ଭାଇ ମଧ୍ୟରୁ ଆବାସ ଯୋଜନାରେ 3 ଭାଇଙ୍କ ନାଁରେ ଘର ଆସିଥିଲା ।
ସେମାନେ ଘର କରିବାବେଳେ ବଡ଼ଭାଇ ଓ ତାଙ୍କର ପୁଅମାନେ ବିରୋଧ କରିଥିଲେ । ଏନେଇ ସାନଭାଇମାନେ ବାଂଶଡ଼ା ଥାନାରେ ଅଭିଯାଗ ପାଇଁ ଯାଉଥିବା ସମୟରେ ବିସିବନ୍ଧ ନିକଟରେ ବଡ଼ଭାଇର ପରିବାର ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।
ଏଥିରେ ଆହତ 7 ଜଣଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 4 ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି । ବାଂଶଡା ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।