ଆକ୍ରମଣ ନେଇ ଖଦାଳପୋଖରୀ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ଏକାଧିକ ବ୍ୟକ୍ତିଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି । ସୂଚନା ଅନୁସାରେ ବିଷ୍ଣୁଚରଣ ନିଜ ସ୍ଥିତିବାନ ଜାଗାରେ ବାଡ଼ ପୋତିଥିଲେ । ଯାହାକୁ କିଛି କ୍ଷମତାଶାଳୀ ବ୍ୟକ୍ତି ଭାଙ୍ଗି ଦେବାକୁ ଧମକ ଦେଉଥିଲେ ।
ଗତକାଲି ଖଦାଳପୋଖରୀ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀଙ୍କ ସମେତ ୮ ଜଣ ବ୍ୟକ୍ତି ଏହି ବାଡ଼କୁ ଭାଙ୍ଗି ଦେଇଥିଲେ । ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଲୁହା ରଡ୍ ଓ କାଠ ଫାଳିଆରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ବିଷ୍ଣୁ ଚରଣ ।