ଧାରୁଆ ଅସ୍ତ୍ର ଆକ୍ରମଣରେ ଲହୁ ଲୁହାଣ ହୋଇଥିଲା ନାବାଳକ। ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତ ନାବାଳକର ନାମ ଅନୀଲ କୁମାର ଜେନା ହୋଇଥିବାବେଳେ ୧୩ ବର୍ଷ ବୟସ ବୋଲି ସୂଚନା । ଏହି ଘଟଣା ଘଟିଛି ଟାଙ୍ଗୀ ନୁଆଗଡ ପଂଚାୟତ ହରିପୁର ଗ୍ରାମ ନୁଆ ସାହିରେ।
ସୂଚନାମୁତାବକ, ଗତ କାଲି ରାତିରେ ବିଦ୍ୟୁତ୍ କାଟ୍ ହୋଇଥିବାରୁ ନାବାଳକର ୧୦ମ ପଢୁଆ ବଡ ଭାଇ ଜଣକ ଘର ନିକଟସ୍ଥ ଚାନ୍ଦିନୀକୁ ଶୋଇବାକୁ ଯାଇଥିଲା। ଏହାକୁ ନେଇ ସେହି ଗ୍ରାମର ଜଣେ ଅସାମାଜିକ ଯୁବକ ନାବାଳକର ବିଧବା ମାଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଲା ।
ତେଣୁ ଏହାର ପ୍ରତିବାଦ କରିଵାରୁ ଅସାମାଜିକ ଯୁବକ ଜଣଙ୍କ ଧାରୁଆ ଅସ୍ତ୍ରରେ ଅନୀଲକୁ ଆକ୍ରମଣ କରିଥିଲା।ଅନିଲ ମୁଣ୍ଡରେ ଗଭୀର କ୍ଷତ ହୋଇଥିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଗୁରୁତର ଅବସ୍ଥାରେ ଅନିଲଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନୀଲଙ୍କର ସ୍ୱାସ୍ଥାବସ୍ଥା ସ୍ଥିର ଥିବା ସୂଚନା ।