ସହାୟତା ଅପେକ୍ଷାରେ ଅକ୍ଷୟ ...
ପୁରୀ : ପୁଣି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ। ଖବର ସଂଗ୍ରହ ବେଳେ ପୁରୀର ଅର୍ଗସ ପ୍ରତିନିଧି ଆଲୋକ ଆଶୁତୋଷ ନାୟକ ଓ କ୍ୟାମେରା ମ୍ୟାନଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ। ମୋଚି ସାହି ନିକଟରେ ଆକ୍ରମଣ ହୋଇଛି। ପୋଲିସ କର୍ମୀଙ୍କ ଉପସ୍ଥିତିରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ନୀତିର ଖୁଲାସା କରିବା କାରଣରୁ ଅର୍ଗସ ପ୍ରତିନିଧିଙ୍କୁ ମାଡ଼ ମାରିବା ସହ କ୍ୟାମେରା ଭାଙ୍ଗି ଦିଆଯାଇଛି। ଏପରିକି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ମଧ୍ୟ ଦିଆଯାଇଛି। ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ । ସାମ୍ବାଦିକଙ୍କୁ ବାରମ୍ବାର ଆକ୍ରମଣ ହେଉଥିଲେ ମଧ୍ୟ ମିଳୁନି ସୁରକ୍ଷା। ସେପଟେ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବି କରାଯାଇଛି।