ଅର୍ଗସ ବ୍ୟୁରୋ: ମାଓ କ୍ୟାମ୍ପ ଉପରେ ଚଢାଉ । କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ SOG ଓ DVF ଯବାନମlନେ ଗତକାଲି ବାଲିଗୁଡା ଥାନା ଅନ୍ତର୍ଗତ ତିଲକୀ ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓ କ୍ୟାମ୍ପ ଉପରେ ଚଢ଼ାଉ କରି ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଜବତ ସାମଗ୍ରି ମଧ୍ୟରେ ମେଡିସିନ, ବିଦ୍ୟୁତ ତାର,ଜଗ ,କୁରାଢ଼ୀ, ଚଷମା,ଟର୍ଚ୍ଚ, ଦଉଡି, ଛତା, ଷ୍ଟିଲ ପ୍ଲେଟ, ଟିଫିନବକ୍ସ, ୱାଟର ବୋଟଲ, ଷ୍ଟିଲମଗ, ଆଦି ଅନେକ ଜିନିଷ ସମେତ କିଛି ଖାଦ୍ୟ ସାମଗ୍ରି ମଧ୍ୟ ରହିଥିବା, ଏସପି ଵିନୀତ ଅଗ୍ରୱାଲ ସୁଚନା ଦେଇଛନ୍ତି ।
ଗତ ମେ ମାସ ୨୨ ରେ ଛତିଶଗଡ଼ ବିଜେପୁର ଜିଲ୍ଲାର ଵାସାଗୁଡା ଥାନା ଅନ୍ତର୍ଗତ ଦୋଲା ଗ୍ରାମର ଅଶୋକ ପୁନେ ନାମକ ଜଣେ ହାର୍ଡ କୋର ମାଓବାଦୀ ଏସପି ଭିନୀତ ଅଗ୍ରୱାଲଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ l ଏସପି ବିନୀତ ଅଗ୍ରୱାଲଙ୍କ ଲଗାତାର କମ୍ବିଂ ଅପରେସନ ଯୋଗୁଁ ଜିଲ୍ଲାରେ ମାଓ ସଂଗଠନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବା ଜଣାପଡିଛି l
ଓଡିଶା ଖବର ଆହୁରି ପଢ଼ନ୍ତୁ ।