ଏଥିରେ ପୂର୍ଣ୍ଣଚନ୍ଦ୍ର ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ନିକଟସ୍ଥ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଛି । ଏ ଖବର ପାଇ ସ୍ଥାନୀୟ ଲୋକେ ଯୁବକଟିକୁ ଧରି ନିର୍ଧୁମ୍ ମାଡ଼ ମାରିଛନ୍ତି ।
ଚା’ ଦୋକାନୀଙ୍କୁ ମାଡ଼ ମାରି ଲହୁ ଲୁହାଣ

ଭୁବନେଶ୍ୱର: ମାନସିକ ବିକାରଗ୍ରସ୍ତ ଯୁବକଙ୍କର ଉନ୍ମୁକ୍ତ କାଣ୍ଡ । ଚା ଦୋକାନୀଙ୍କୁ ମାଡ଼ ମାରି ଲହୁ ଲୁହାଣ କଲା ଯୁବକ । ପୂର୍ବରୁ ମଧ୍ୟ ଏହି ଭଳି ଗାଁ ରେ ସମସ୍ତଙ୍କୁ ଆକ୍ରମଣ କରିଆସିଛି । ଘଟଣା ଟି ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଧିନ ବିଶ୍ୱନାଥପୁର ଗାଁରେ ଘଟିଛି । ଆଜି ସକାଳୁ ପୂର୍ଣ୍ଣଚନ୍ଦ୍ର ସାହୁ ନାମକ ଜଣେ ଚା ଦୋକାନୀ ଦୋକାନ ଖୋଲିବା ସମୟରେ ସ୍ଥାନୀୟ ଅଂଚଳର ମସ୍ତିଷ୍କ ବିକାରଗ୍ରସ୍ତ ଯୁବକ ଟିମ ଭୋଇ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ।
Download Argus News App
