ସ୍ଥାନୀୟ ଅଞ୍ଚଳର ରମେଶ ରାଉତଙ୍କ ପତ୍ନୀଙ୍କ କୋଭିଡରେ ମୃତ୍ୟୁ ଘଟିଥିବା ବେଳେ ଆଜି ତାଙ୍କ ଏକାଦଶାହ ପାଳନ କରାଯାଉଥିଲା । ପାଖାପାଖି ୫ଶହରୁ ଉର୍ଦ୍ଧ ଲୋକଙ୍କ ପାଇଁ ଖାଇବାର ଆୟୋଜନ କରାଯାଇଥିଲା । ଖବର ପାଇ ସଦର ତହସିଲଦାର ଅନାମିକା ସିଂହ ଚଢ଼ଉ କରିଥିଲେ। କର୍ମଚାରୀଙ୍କୁ ଖାଦ୍ୟ ଜବତ ପାଇଁ କହିଥିଲେ।
ଏହାପରେ ଉତ୍ୟକ୍ତ ଲୋକମାନେ ତହସିଲଦାରଙ୍କୁ ଘେରିବା ସହ କର୍ମଚାରୀଙ୍କୁ ଠେଙ୍ଗା ବାଡ଼ିରେ ଆକ୍ରମଣ କରିଥିଲେ। ପୁଲିସ ପହଞ୍ଚି ହସ୍ତକ୍ଷେପ ପରେ ପରିସ୍ଥିତି ଆୟତ ହୋଇଥିଲା। ଏନେଇ ତହସିଲଦାର ସଦର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।