ନିରାକାରପୁରରେ ରହିଥିବା ଏହି ବେନାମୀ ସ୍କୁଲଟି ପ୍ରତିଷ୍ଠିତ ସ୍କୁଲର ନାଁରେ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଥିବା ଅଭିଯୋଗ ଆସିଛି । ଶିକ୍ଷାବିଭାଗର ଗାଇଡଲାଇନର ଉଲଂଘନ ହୋଇଛି । ଏପରିକି ୩ ମହଲା ସ୍କୁଲରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ମାନଙ୍କର କୋଚିଂ ସେଣ୍ଟର ଓ ଛାତ୍ରଛାତ୍ରୀ ମାନଙ୍କ ହଷ୍ଟେଲ ବି ଚାଲିଛି।
ଏଥିପାଇଁ ଅନୁମତି ଅଛି ନା ନାହିଁ ସେ କଥା ମଧ୍ୟ ସ୍ପଷ୍ଟ ହୋଇନି । ଅଭିଯୋଗ ଅନୁସାରେ ଏହି ଘରୋଇ ଶିକ୍ଷାନୁଷ୍ଠାନର ମାଲିକ ହେଉଛନ୍ତି ଛବୀନ୍ଦ୍ର ପରିଡା । ସେ ନାଚୁଣୀ ମହାବିଦ୍ୟାଳୟ ଜଣେ କାର୍ଯ୍ୟରତ କର୍ମଚାରୀ।
ସରକାରଙ୍କ ନିର୍ଦ୍ଦେଶ ଅଛି ମହାବିଦ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ କେହି ଘରୋଇ କୋଚିଂ ସେଣ୍ଟର ଖୋଲି ପିଲାଙ୍କୁ ପାଠ ପଢାଇ ପାରିବେନି । ତେବେ କାହା ଛତ୍ରଛାୟାରେ ଏଭଳି କାରବାର ଚାଲିଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ସ୍ଥାନୀୟ ବାସିନ୍ଦା ।