ଅନନ୍ତ ଗତ ୬ ତାରିଖ ସକାଳେ ମର୍ଣ୍ଣିଂୱାର୍କରେ ଯାଇଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏ ନେଇ ଅନନ୍ତଙ୍କ ପତ୍ନୀ ଆଳି ଥାନାରେ ୮ ତାରିଖରେ ଅଭିଯୋଗ କରିଥିଲେ । ଆକ୍ରମଣରେ ଅନନ୍ତଙ୍କ ଗୋଡ଼, ହାତ ବାଡ଼େଇ ଭାଙ୍ଗିବା ସହ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।
ତାଙ୍କୁ ପ୍ରଥମେ ଆଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଆଳି ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଆଳି ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୁଷ୍ଟି ହୋଇଛି ।