ଜଗାଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କର ଯନ୍ତ୍ରଣା ଦେଖି ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଆଜି ନିଜ ବ୍ୟଥା ପ୍ରକାଶ କରିଥିଲେ। ଧାଡ଼ିଦର୍ଶନରେ ଅବ୍ୟବସ୍ଥା ନେଇ କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କର ଯନ୍ତ୍ରଣା ଅନୁଭବ କରୁବୋଲି କହିଛନ୍ତି ବିଶ୍ବଭୂଷଣ। ଏ ସମ୍ପର୍କରେ ଜଗନ୍ନାଥଙ୍କ ଦର୍ଶନ ଶୃଙ୍ଖଳିତ,ଯନ୍ତ୍ରଣା ରହିତ ହେବା ଆବଶ୍ୟକ ଶୀର୍ଷକ ତାଙ୍କ ଆଲେଖ୍ୟ ମଧ୍ୟ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଗୋଟିଏ ପଟେ ବାରମ୍ବାର ଦାବି ସତ୍ତ୍ବେ ଶ୍ରୀମନ୍ଦିର 4 ଦ୍ବାର ନଖୋଲି ଜାଣିଶୁଣି ଭକ୍ତଙ୍କ ଭିଡବୃଦ୍ଦିକୁ ପ୍ରୋତ୍ସାହନ ଦେଉଥିବା ବେଳେ। ବୟସ୍କମାନଙ୍କୁ ମନ୍ଦିର ନଆସିବା ପାଇଁ କେଉଁ ମୁହଁରେ ପରାମର୍ଶ ଦେଉଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ।
ଅଧିକ ପଢ଼ନ୍ତୁ ଓଡିଶା ଖବର: