ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ମହିଳା ତିହିଡ଼ି ଥାନାରେ ପହଂଚି ତଦନ୍ତ ଅଧିକାରୀଙ୍କୁ ଭେଟିଥିବା ଜଣାଯାଇଛି । ଏଘଟଣା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଥଣ୍ଡା ପାନୀୟରେ ବିଷ ଦେଇ ନାବାଳକକୁ ହତ୍ୟା ଉଦ୍ୟମ। ପଦକ୍ଷେପ ନେବାରେ ବିଳମ୍ବ ନେଇ ତାତିଲେ ମହିଳା । ପାରିବାରିକ ହିଂସାର ପ୍ରତିଶୋଧ ନେବା ପାଇଁ ଜଣେ ମହିଳା ନିଜର ପୁତୁରାକୁ ବିଷ ପିଆଇଦେବା ପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ତିହିଡ଼ି ଥାନା ଅଧୀନ ରାଢ଼ଙ୍ଗ ଗ୍ରାମରେ ।
ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗ୍ରାମର ୫୦ରୁ ଉର୍ଦ୍ଧ୍ୱ ମହିଳା ତିହିଡ଼ି ଥାନାରେ ପହଂଚି ତଦନ୍ତ ଅଧିକାରୀଙ୍କୁ ଭେଟିଥିବା ଜଣାଯାଇଛି । ଏଘଟଣା ପରେ ସାରା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଏହାସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଦୀର୍ଘ ବର୍ଷ ଧରି ଆନ୍ଦୋଳନରତ ଶିକ୍ଷକଙ୍କ ନ୍ୟାର୍ଯ୍ୟ ଦାବୀକୁ ସମାଧାନ କରିପାରିଲେ ନାହିଁ ରାଜ୍ୟ ସରକାର । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିଛି, ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଲଢୁଛନ୍ତି ଏବଂ ରାଜ୍ୟର ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ବିଜେଡି ସରକାର ନିଜେ ଦାୟୀ । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଧ୍ୱସ୍ତବିଧ୍ୱସ୍ଥ ହୋଇପଡିଛି ଏବଂ ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ । ଅନ୍ୟ ପଟେ ରାଜ୍ୟ ସରକାର ରୂପାନ୍ତରଣ ନାମରେ ବ୍ୟାପକ ଭ୍ରଷ୍ଟାଚାର ଓ ଦୁର୍ନୀତିକୁ ପ୍ରୋତ୍ସାହିତ କରୁଛନ୍ତି ରାଜ୍ୟ ସରକାର । ଶିକ୍ଷକମାନଙ୍କ ଦାବି ସହ ଭାରତୀୟ ଜନତା ପାର୍ଟି ଏକମତ ଅଛି ବୋଲି ବିଧାୟକ ଶଙ୍କର ଓରାମ କହିଛନ୍ତି ।
ଅଧକ ପଢନ୍ତୁ ଓଡ଼ିଶା ଖବର
ନବୀନ ସରକାରରେ ଆଜି ସମାଜର ପ୍ରତ୍ୟେକ ଶ୍ରେଣୀ ଓ ବର୍ଗ ନ୍ୟାର୍ଯ୍ୟ ଅଧିକାର ପାଇଁ ରାଜରାସ୍ତାରେ ଆନ୍ଦୋଳନରତ । ହେଲିକପ୍ଟରରେ ରାଜ୍ୟ ସାରା ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଅଭିଯୋଗ ଶୁଣାଣୀ କରିଥିବା ରାଜ୍ୟ ସରକାରଙ୍କୁ ବିଧାନସଭା ସମ୍ମୁଖରେ ଧାରଣାରତ ହଜାର ହଜାର ସଂଖ୍ୟାର ଶିକ୍ଷକ ତଥା ଭିନ୍ନ ଭିନ୍ନ ଦାବି ନେଇ ଆନ୍ଦୋଳନକାରୀଙ୍କ ଅଭିଯୋଗ ଶୁଣିବାକୁ ସମୟ ନହେବା ଅତ୍ୟନ୍ତ ଲଜ୍ଜାଜନକ । ଶିକ୍ଷକଙ୍କ ଦାବିକୁ ବିଧାନସଭାରେ ଆଗତ କରିଥିଲୁ କିନ୍ତୁ ସରକାର କର୍ଣ୍ଣପାତ କଲେ ନାହିଁ । ରାଜ୍ୟ ସରକାର ପଳାୟନପନ୍ଥୀ ବୋଲି ବିଧାୟକ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ।
ଆଜି ଲୋଏର ପିଏମ୍ଜିଠାରେ ଧାରଣା ସ୍ଥଳରେ ଧାରଣା ଦେଇଥିବା ଶିକ୍ଷକମାନଙ୍କ ବିଜେପିର ବିଧାୟକମାନେ ଆଲୋଚନା କରି ସେମାନଙ୍କ ସମସ୍ତ ଦାବିକୁ ଶୁଣିଥିଲେ ଓ ତାହା ସମ୍ପୂର୍ଣ୍ଣ ଯଥାର୍ଥ ବୋଲି କହିବା ସହିତ ଏହାକୁ ପୂର୍ଣ୍ଣସମର୍ଥନ କରିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ଶ୍ରୀ ଓରାମ ଏବଂ ଶ୍ରୀ ସୂର୍ଯ୍ୟବଂଶୀଙ୍କ ସମେତ ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ଗଣମାଧ୍ୟମ ସହ ସଂଯୋଜକ ସୁଜିତ୍ କୁମାର ଦାସ୍, ସାମାଜିକ ସଂଗଠନ ରାଜ୍ୟ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ଲୋଲୋଜି କମ୍ପାନୀ ଆଇବିଏମ ମଧ୍ୟରେ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । ଡିଜିଟାଲ ସ୍କିଲିଂ ଏବଂ ଉଭା ହେଉଥିବା ସ୍କିଲିଂକୁ ନେଇ ଏହି ଏମଓୟୁ ସ୍ୱାକ୍ଷର ହୋଇଛି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ବିଶାଳ ଓ ଯୁବ ଜନସଂଖ୍ୟା ସହ ଭାରତ ପର୍ଯ୍ୟାପ୍ତ ସମ୍ଭାବନା ହାସଲ କରିପାରିବା କ୍ଷେତ୍ରରେ ଶୀର୍ଷରେ ରହିଛି । ଏହି ଜନସଂଖ୍ୟାଗତ ଲାଭକୁ ଉପଯୋଗ କରିବା ପାଇଁ ଆଜିର ଅଧୁନା କର୍ମକ୍ଷେତ୍ରରେ ଯୁବପିଢ଼ିଙ୍କୁ ଆବଶ୍ୟକ ଦକ୍ଷତା ପ୍ରଦାନ କରିବା ଜରୁରୀ । ଏହି ସହଯୋଗ ଆମର 'ସ୍କିଲ୍ ଇଣ୍ଡିଆ' ଲକ୍ଷ୍ୟ ଏବଂ ଆଇବିଏମ୍ ସ୍କିଲ୍ସ ବିଲ୍ଡ ପ୍ଲାଟଫର୍ମ ବ୍ୟବହାର କରି ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ଡିଜିଟାଲ ଦକ୍ଷତା ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶକୁ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଆଜି ସୃଷ୍ଟି ହୋଇଥିବା ଏହି ଭାଗିଦାରୀ ଆମ ଶିକ୍ଷାର୍ଥୀମାନଙ୍କୁ ପ୍ରଯୁକ୍ତିବିଦ୍ୟାର ପ୍ରକୃତ ସମ୍ଭାବନାକୁ ଉପଯୋଗ କରିବା ସହ ସେମାନଙ୍କୁ ଭବିଷ୍ୟତର ଓ୍ୱେଲଥ୍ କ୍ରିଏଟର ଓ ସମାଜର ଉଦ୍ୟୋଗୀରେ ପରିଣତ କରିବାରେ ସହାୟକ ହେବ ।
ଟେକ୍ନୋଲୋଜି ଏବଂ ଇନୋଭେସନ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇସାରିଛି । ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭବିଷ୍ୟତର ଦକ୍ଷତା ଇକୋସିଷ୍ଟମକୁ ଅଧିକ ପ୍ରାଥମିକତା ଦେଇଥିଲେ । ଜି-୨୦ ଫୋରମରେ ବିଶ୍ୱ ନେତୃତ୍ୱଙ୍କ ସହ ବିଶ୍ୱର ସ୍କିଲ୍ ମ୍ୟାପିଂ କରିବା ଭଳି ଚୁକ୍ତି ହୋଇଛି । ଟେକ୍ନୋଲୋଜି ଏବଂ ଇନୋଭେସନ ଆମ ବିଚାରକୁ ପ୍ରଭାବିତ କରିବା ସହ ଜୀବନଶୈଳୀରେ ବ୍ୟପାକ ପରିବର୍ତ୍ତନ ଆଣୁଛି । ଟେକ୍ନୋଲୋଜି ଓ ଡିଜିଟାଲକରଣ ଆମ ଦୈନନ୍ଦିନ ଜୀବନର ଗୋଟିଏ ମାଧ୍ୟମ ହୋଇଛି । ଡିଜିଟାଲ ସାକ୍ଷରତା ବର୍ତ୍ତମାନ ସମୟରେ ପ୍ରାସଙ୍ଗିକ ହୋଇଛି । ଏଆଇ ଆମର ଅର୍ଥନୀତି ବ୍ୟବସ୍ଥା ଏବଂ ସାମାଜିକ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ।
ଆଜି ୮ଟି ଶିକ୍ଷଣ ସଂସ୍ଥା ଆଇବିଏମ ସହ ବୁଝାମଣା କରିଛନ୍ତି । ସ୍କିଲିଂ, ରି-ସ୍କିଲିଂ, ଅପ୍ ସ୍କିଲିଂ ଆମର ସର୍ବୋଚ୍ଚ ପ୍ରାଥମିକତା । ଦେଶର ଶିକ୍ଷା କ୍ଷେତ୍ରରେ ଥିବା ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ କୁଶଳୀ କରିବା ପାଇଁ ଅନେକ ଯୋଜନା ହେଉଛି । ପ୍ରତି ସପ୍ତାହରେ ଚାଟ ଜିପିଟିର ନୂଆ ଭର୍ସନ ଆସୁଛି । ଆଜି ଏହାର ବହୁଳ ବ୍ୟବହାର ହେଉଛି । ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଛି । ଆଗାମୀ ଦିନରେ ବିଶ୍ୱର ଏକ ନମ୍ବର ଅର୍ଥନୀତି ମଧ୍ୟ ହେବ । ତେଣୁ ସମାଜକୁ ବର୍ତ୍ତମାନ ଠାରୁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ କରିବାର ଆବଶ୍ୟକତା ରହିଛି । ସେ ଦିଗରେ ଆଜିର ଏମଓୟୁ ଅନ୍ୟତମ ପଦକ୍ଷେପ । ଆଜିର ଯୁବପିଢିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢିଛି । ଏହା ହିଁ ନୂଆ ଭାରତ । ପ୍ରଧାନମନ୍ତ୍ରୀ ଜାତୀୟ ଶିକ୍ଷା ନୀତି ଅନୁସାରେ ଆଇବିଏମ ଭଳି ସଂସ୍ଥା ମଧ୍ୟ ଲାଭବାନ ହେବ । ସ୍କିଲିଂ ଇକୋସିଷ୍ଟମରେ କ୍ରେଡିଟ୍ ଫ୍ରେମଓ୍ୱାର୍କରେ ମ୍ୟାପିଂ କରାଯିବାର ବ୍ୟବସ୍ଥା ହୋଇଛି ।
ପିଏମ ବିଶ୍ୱକର୍ମା ଯୋଜନାକୁ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଶୁଭାରମ୍ଭ କରିଛନ୍ତି । ୧୮ଟି ପାରମ୍ପରିକ ତଥା କୌଳିକ ବୃତ୍ତିକୁ ଏହି ଯୋଜନାରେ ଅନ୍ତର୍ଭୃକ୍ତ କରାଯାଇଛି । ଅର୍ଥାତ୍ ଶିଳ୍ପୀକାରଙ୍କୁ ରି-ସ୍କିଲିଂ ଓ ଅପ୍ ସ୍କିଲିଂ କରାଇବା ପାଇଁ ଏହି ଯୋଜନା ପ୍ରଣୟନ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଆଇବିଏମ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷାରେ ଆଇବିଏମ ସହଯୋଗ ହୋଇ କାର୍ଯ୍ୟକରିବ । ଏହାବ୍ୟତିତ ଆଇବିଏମ ଏକାଦଶ ଓ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ଏଆଇ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ସାଇବର ସ୍କିଲିଂ ଏବଂ ବ୍ଲକ୍ ଚେନ୍ ପାଠ୍ୟକ୍ରମ ମଧ୍ୟ ବିକଶିତ କରାଯିବ ।