ଗତ ୧୪ ତାରିଖରେ ଗାଁକୁ ଫେରିଥିଲେ। ତଥାପି ବାପା ବାଲାଜୀ ତାଙ୍କୁ ମାରପିଟ୍ କରୁଥିଲେ। ଗତ ୧୯ ତାରିଖରେ ଦାଲାଷା ଘରେ ଥିବା ବେଳେ ତାଙ୍କ ମାଆ ପାର୍ବତୀ କୌଣସି କାମରେ ଘରକୁ ଯାଇଥିଲେ। ଏହି ସମୟରେ ବାଲାଜୀ ଉପର ମହଲାରେ ଏକ ଖଟରେ ଦାଲାମାଙ୍କୁ ବାନ୍ଧି ଜୋର୍ ଜବରଦସ୍ତି କୀଟନାଶକ ଔଷଧ ପିଆଇ ଦେଇଥିଲେ । ଦାଲାଷା ଚିତ୍କାର କରିବାରୁ ମାଆ ଓ ଭାଇ ପହଞ୍ଚି ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭତ୍ତି କରିଥିଲେ। ଦାଲାଷା ବର୍ତ୍ତମାନ ଜୀବନ ସହ ସଂଗ୍ରାମ କରୁଛନ୍ତି ।
ଅପରାଧ ଖବର ଆହୁରି ପଢ଼ନ୍ତୁ ।
ଦିବ୍ୟାଙ୍ଗ ଝିଅକୁ ବାନ୍ଧି ଓ କୀଟନାଶକ ପିଆଇ ହତ୍ୟା ଉଦ୍ୟମ ମାମଲାରେ ବାପା ଗିରଫ

ଅର୍ଗସ ବ୍ୟୁରୋ : ଦିବ୍ୟାଙ୍ଗ ଝିଅକୁ ବାନ୍ଧି ଓ କୀଟନାଶକ ପିଆଇ ହତ୍ୟା ଉଦ୍ୟମ ମାମଲାରେ ଗୋଳନ୍ଥରା ପୁଲିସ ଅଭିଯୁକ୍ତ ବାପାକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଉଛନ୍ତି, ଇ.ବାଲାଜୀ ପାତ୍ର । ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପଦ୍ମପୁର ଗ୍ରାମର ବାଲାଜୀଙ୍କ ୫ଟି ଝିଅ ଥିବା ବେଳେ ୪ ଝିଅ ବିବାହ କରିସାରିଛନ୍ତି । ତେବେ ବଡ଼ଝିଅ ଇ.ଦାଲାଷା ଦିବ୍ୟାଙ୍ଗ ଓ ଅବିବାହିତ ଥିଲେ । ଫଳରେ ଟାହିଟାପରା ସହି ନପାରି ବାଲାଜୀ ବିଭିନ୍ନ ସମୟରେ ଦାଲାଷାଙ୍କୁ ମାଡ଼ ମାରିବା ସହ ଗାଳିଗୁଲଜ କରିଆସୁଥିଲେ। ଏହାମଧ୍ୟରେ ଦାଲାଷା କେରଳ ଯାଇ ଏକ ଘରୋଇ କମ୍ପାନିରେ ସିଲେଇ କାମ କରୁଥିଲେ ।
Download Argus News App
