ଗ୍ରାମବାସୀଙ୍କ ସହଯୋଗରେ ଭିମଦା ଫାଣ୍ଡି ଅଧିକାରୀଙ୍କୁ ଅଭିଯୁକ୍ତ ଓ ନାବାଳିକାଙ୍କୁ ଫାଣ୍ଡି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲେ ।ତେବେ ଫାଣ୍ଡିରେ ଉଭୟଙ୍କୁ ରଖି ଘଟଣାର ତଦନ୍ତ କରି ନାବାଳିକାର ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରେ ପୋଲିସ ପୋକସୋ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ।
ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଗିରଫ

ଅର୍ଗସ ବ୍ୟୁରୋ: ବାଲେଶ୍ବର ଜିଲ୍ଲାର ଗୁଡୁଦା ପଞ୍ଚାୟତର ଶିଳସୁଆଁ ଗ୍ରାମର ଅଜିତ୍ ଦାସ ନାମକ ଜଣେ ଯୁବକ ଜଣେ ନାବାଳିକାଙ୍କୁ ଏକ କମ୍ପାନୀରେ କାମ କରାଇଦେବେ ପ୍ରଥମେ ଅପହରଣ ଓ ପରେ ବଳାତ୍କାର ପାଇଁ ଉଦ୍ୟମ କରିଥିଲେ। ନାବାଳିକା ଜଣକ କିନ୍ତୁ ସେଠାରୁ ବଳପୂର୍ବକ ଖସିଆସିଥିଲେ। ପରେ ଗ୍ରାମବାସୀ ଉକ୍ତ ନାବାଳିକାଙ୍କୁ ଦେଖି ଉଦ୍ଧାର କରିଥିଲେ।
Download Argus News App
