ମନ ମୋହୁଛି ଭଦ୍ରକ ଜିଲ୍ଲାର ସୀତକୁଣ୍ଡ
ଭୁବନେଶ୍ଵର: ଏଥର ଆତ୍ମହୁତି ଉଦ୍ୟମ କଲେ ଗିରଫ କରାଯିବ। ବିଧାନସଭା ଭଳି ସମ୍ବେଦନଶୀଳ ସ୍ଥାନରେ ଆତ୍ମହୁତି ଉଦ୍ୟମ କରିବା ଉଚିତ ନୁହେଁ, ଏଥିରେ ସଂପୃକ୍ତି ଥିବା ସମସ୍ତ ଲୋକଙ୍କୁ ଗିରଫ ଏବଂ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଡିସିପି କହିଛନ୍ତି।
ସେ କହିଛନ୍ତି ଯେ,ଗଣତନ୍ତ୍ର ପ୍ରକ୍ରିୟାରେ ସମସ୍ତଙ୍କୁ ବିରୋଧ କରିବାର ଅଧିକାର ଅଛି। କିନ୍ତୁ ଆତ୍ମହୁତି ଉଦ୍ୟମ କରି ନିଜକୁ ଜୀବନକୁ କ୍ଷତି ପହଞ୍ଚାଇବା ସହ ଅନ୍ୟକୁ କ୍ଷତି କରିବା ଏକ ଅପରାଧ। ଗତକାଲିଠୁ ଆଜି ପର୍ଯ୍ୟନ୍ତ ତିନି ଜଣ ବ୍ୟକ୍ତିଙ୍କ ନାମରେ ଆମେ କ୍ୟାପିଟାଲ ଥାନାରେ କେସ କରି ତାଙ୍କୁ ଗିରଫ କରିଛୁ । ଯେଉଁମାନେ ସେମାନଙ୍କୁ ସାହଯ୍ୟ ବା ପ୍ରରୋଚିତ କରିଛନ୍ତି ସେମାନେ ତଦନ୍ତ ପରିସରଭୁକ୍ତ ହେବେ ବୋଲି ଡିସିପି କହିଛନ୍ତି।