ସୂଚନାନୁଯାୟୀ, ରବିବାର ଦିନ ବିଦ୍ୟାଳୟ ଛୁଟି ଥିବାରୁ କୌଣସି କର୍ମଚାରୀ ବିଦ୍ୟାଳୟକୁ ଆସିନଥିଲେ। ନିଛାଟିଆର ସୁଯୋଗ ପାଇ କେହି ଦୁର୍ବୃତ୍ତ ବିଦ୍ୟାଳୟ ହତା ମଧ୍ୟରେ ପ୍ରବେଶ କରି ବିଦ୍ୟାଳୟର ବାରଣ୍ଡା ଓ ଶୌଚାଳୟ ପାର୍ଶ୍ଵର ଭେଣ୍ଟିଲେଟର କାଚ ଭାଙ୍ଗିଦେବା ସହିତ ପାଣି ସପ୍ଲାଇ ପାଇପକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛନ୍ତି ଏବଂ ଗୋଟିଏ ନିମ୍ୱ ଗଛକୁ ମୂଳରୁ ହାଣି ସଫା କରି ଦେଇଥିବାବେଳେ ଚାରି ପାଖେ ଲଗାଯାଇ ଥିବା ଫୁଲଗଛ ଗୁଡ଼ିକୁ ହାଣି ଦେଇଛନ୍ତି। ଗୋଟିଏ ୧୬ ଏମ୍ଏମର ଲୁହାଛଡ଼ ନେବାକୁ ଉଦ୍ୟମ କରୁଥିବା ବେଳେ ପାଚେରି ପାଖରେ ତାହା ଛାଡ଼ି ଚାଲିଯାଛନ୍ତି। କେହି ଦୁର୍ବୃତ୍ତ ଜାଣିଶୁଣି ବିଦ୍ୟାଳୟର କ୍ଷତି କରିବାକୁ ଯାଇ ଏପ୍ରକାର କାଣ୍ଡ ଭିଆଇଥିବା ନଚେତ ନିଶାସକ୍ତ ଅବସ୍ଥାରେ ଚୋରି ଉଦ୍ୟମ କରିଥିବା ନେଇ ଅନୁମାନ କରାଯାଉଛି। ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କାହାରିକୁ ସନ୍ଦେହ କରିପାରୁ ନଥିବା ବେଳେ ଆଜି ସକାଳୁ ବିଦ୍ୟାଳୟକୁ ଆସିବା ପରେ ଘଟଣା ସମ୍ପର୍କରେ ଜାଣିପାରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଅତିରିକ୍ତ ଥାନା ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧିଙ୍କ ନେତୃତ୍ୱରେ ପୋଲିସ୍ ବାହୀନି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡିଛି।
ବ୍ରାହ୍ମଣୀ ଗାଁ ସେଣ୍ଟଯୋହନ ସ୍କୁଲରୁ ଚୋରି ଉଦ୍ୟମ

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ସେଣ୍ଟଯୋହନ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପରିସର ଭିତରେ ପଶି କେହି ଦୁର୍ବୃତ୍ତ ଭଙ୍ଗାରୁଜା କରି ଅନୁଷ୍ଠାନର କ୍ଷୟକ୍ଷତି କରିଥିବା ନେଇ ଅନୁଷ୍ଠାନର ଅଧ୍ୟକ୍ଷ କପିଳାସ ନାୟକ ବ୍ରାହ୍ମଣୀଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।
Download Argus News App
