ବଡ଼ପାଳ ସେବା ସମବାୟ ସମିତିରେ ଚାଷୀ ଏବେ ହତାଶ
ଭୁବନେଶ୍ୱର: କଡା ସୁରକ୍ଷା ପରେ ବି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ । ବିଧାନସଭା ନିକଟ ଜୟଦେବ ଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଜଣେ ମହିଳା । ଦେହରେ ପେଟ୍ରୋଲ ଢାଳିବା ବେଳେ କାବୁ କଲା ପୋଲିସ ।
ତେବେ ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବୋଲି ଜଣାପଡିଛି । 4 ବର୍ଷ ହେଲା ମହିଳାଙ୍କ ପୁଅକୁ ହତ୍ୟା କରାଯାଇଛି । ହେଲେ ନ୍ୟାୟ ମିଳୁନଥିବା କହିଛନ୍ତି ମହିଳା । ରାଜନୈତିକ ଚାପରେ ଘଟଣା ଚାପି ଦେଉଥିବା ଅଭିଯୋଗ କରିଛନ୍ତି ମହିଳା । ନ୍ୟାୟ ନମିଳିବାରୁ ମହିଳା ଜଣଙ୍କ ଆତ୍ମାହୁତି ଉଦ୍ୟମ କରିଥିବା କହିଛନ୍ତି ।