ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି ଯେ, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ସିଧାସିଧା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଛି। ଘଟଣାର ସଠିକ ତଦନ୍ତ କରା ନଯାଇ ତଦନ୍ତକୁ ବାଟବଣା କରାଯିବାପାଇଁ ଚେଷ୍ଟା କରାଯାଉଛି। ପାରିପାର୍ଶ୍ବିକ ସ୍ଥିତି ଓ ଘଟଣାକୁ ଲକ୍ଷ୍ୟ କଲେ ସବୁ ଜଳଜଳ ହୋଇ ଦେଖାଯାଉଥିଲେ ମଧ୍ୟ ମନ୍ତ୍ରୀଙ୍କୁ ଘଣ୍ଟ ଘୋଡାଇବାପାଇଁ ସବୁ ପ୍ରୟାସ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯ, ମନ୍ତ୍ରୀ ଦାଶଙ୍କ ଅତ୍ୟନ୍ତ ବିଶ୍ବସ୍ତ ଧର୍ମେନ୍ଦ୍ର ସାହୁଙ୍କ ମୃତଦେହ ମିଳିବାପରେ ଘଟଣା ପଛରେ ପ୍ରଥମରୁ ବିବାଦ ଘେରରେ ଅଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ଏନେଇ ଦୁଃଖପ୍ରକାଶ କରିବାସହ ବାରମ୍ବାର ସଫେଇ ଦେଉଥିଲେ ମଧ୍ୟ ବିଜେପି ପକ୍ଷରୁ ଉପସ୍ଥପାନା କରାଯାଇଥିବା ଅଡିଓ ଏବେ ବଡ଼ କିନ୍ତୁ ସୃଷ୍ଟି କରିଛି। ଆଉ ମନ୍ତ୍ରୀଙ୍କ ପାଇଁ ଏବେ ଅଡ଼ୁଆ ବଢ଼ିବାରେ ଲାଗିଛି।
ସୂଚନା ଥାଉ କି, ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ପାଇଁ ବିଜେପି ପ୍ରଥମରୁ ଦାବି କରି ଆସିଛି । ତାଙ୍କ ଫୋନ ରେ ଥିବା ଦୁଇଟି ଭିଡିଓ ତାଙ୍କ ମୃତ୍ୟୁର ଗୁମର ଖୋଲିବ ବୋଲି ତାଙ୍କ ମୃତ୍ୟୁ ପୂର୍ବରୁ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। କିନ୍ତୁ ଫୋନ କୁଆଡେ ଗାଏବ ହୋଇଯାଇଥିଲା। ପରେ ଦୁଇଟି ଫୋନ ମିଳିଲା ଓ ସେହି ଫୋନରୁ ପ୍ରମାଣ ମଧ୍ୟ ଡିଲିଟ ହେବାରେ ଲାଗିଛି। ରାଜନୈତିକ ଚାପ କାରଣରୁ ଧର୍ମେନ୍ଦ୍ର ନିଜ ମାନସିକ ଭାରସାମ୍ୟ ହରାଉଥିବା ସେ ମଧ୍ୟ ତାଙ୍କ ଘରେ କହିଛନ୍ତି। ଯେଉଁ ଜିଲା ପରିଷଦ ଟିକେଟ ବାଣ୍ଟିଛନ୍ତି ସେ ହିଁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଧର୍ମେନ୍ଦ୍ରଙ୍କ ଶଶୁର ମଧ୍ୟ ଅଭିଯୋଗ ଆଣିଛନ୍ତି ।