ଅଙ୍ଗୁର ଚାଷ ଦେଖିବାକୁ ଆସୁଥିବା ଲୋକେ ହାତ ପାହାନ୍ତାରେ ଥିବା ଅଙ୍ଗୁର ଗଛରୁ ଅଙ୍ଗୁର ଛିଣ୍ଡେଇ ପାଟିରେ ପକାଇ ମଜା ନେଉଥିବା କହିଛନ୍ତି ଲୋକେ। ୨ ବର୍ଷ ତଳେ ସମ୍ବୁରାଜ ପ୍ରହରାଜ ୟୁଟୁବରୁ ଅଙ୍ଗୁର ଚାଷ ଦେଖି ଅନଲାଇନ୍ରେ ଅଙ୍ଗୁର ଚାରା ମଗାଇଥିଲେ। ପରୀକ୍ଷା ମୂଳକ ଭାବରେ ଘର ଅଗଣାରେ ଏକାଧିକ ଅଙ୍ଗୁର ଚାରା ଲଗାଇ ଖତ,ଶାର ଦେଇ ଯତ୍ନ ନେଇ ଗଛ ବଢାଇଥିଲେ ସମ୍ବୁରାଜ। ଏବେ କିନ୍ତୁ ଅଙ୍ଗୁର ଗଛରେ ଫଳିଛି ପେନ୍ଥାପେନ୍ଥା ଅଙ୍ଗୁର।