ଏହି ସମ୍ମାନଜନକ ପୁରସ୍କାରଟି ବ୍ରିଟିଶ ଡେପୁଟି ହାଇ କମିସନର ପିଟର କୁକ୍ ଶ୍ରୀ ମିଶ୍ରଙ୍କୁ ହସ୍ତାନ୍ତର କରିଥିଲେ। “ଇଟି ଇନଫ୍ଲୁଏନ ସିଆଲ ପର୍ସନାଲିଟିଜ ଅଫ ଇଷ୍ଟ’ ହେଉଛି ଅନ୍ୟତମ ଧରଣର ପ୍ରଥମ ସଂସ୍କରଣ ପୁରସ୍କାର ଯେଉଁଥିରେ ପୂର୍ବ ଭାରତର ଆଗଧାଡ଼ିର ସଂସ୍ଥାଗୁଡ଼ିକୁ ସ୍ୱୀକୃତି ଓ ସମ୍ମାନ ପ୍ରଦାନ କରାଯାଉଛି । ଏକ ଗୋଷ୍ଠୀ ଭାବେ ବିଜନେସ ଲିଡରମାନଙ୍କ ନିରନ୍ତର ଯୋଗଦାନ ଓ ପ୍ରେରଣାଦାୟୀ ସଫଳତାକୁ ନାର୍ଯ୍ୟ ସମ୍ମାନ ଜଣାଇବା ଲାଗି ଏହାକୁ ସମ୍ମାନଜନକ କର୍ପୋରେଟ କ୍ୟାପଟେନ ଓ ଶିଳ୍ପ ବିଶେଷଜ୍ଞମାନେ ପ୍ରସାର କରୁଛନ୍ତି ।
ଅଧିକ ପଢନ୍ତୁ : ପୁଣିଥରେ ଷ୍ଟିଭେଡର୍ସ କମ୍ପାନୀ ଅଫ ଦ ଇୟର ପୁରସ୍କାର ହାସଲ କଲା ଓଏସଏଲ୍ ଗ୍ରୁପ
ଓଏସଏଲର ସଫଳତା ଓ ବର୍ତମାନ ପର୍ଯ୍ୟନ୍ତର ଉପଲବ୍ଧିରେ ଶ୍ରୀ ଚର୍ଚ୍ଚିତ ମିଶ୍ରଙ୍କ ଉଲ୍ଲେଖନୀୟ ମାର୍ଗଦର୍ଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସୁଛି । ଏହି ପୁରସ୍କାରକୁ ଗ୍ରହଣ କରିବା ଅବସରରେ ଓଏସ୍ଏଲ୍ର ଏହି ଯୁବ ଓ ଡାଇନାମିକ୍ ନିର୍ଦେଶକ କହିଛନ୍ତି ଯେ, “ଏହି ପୁରସ୍କାରକୁ ଗ୍ରହଣ କରି ମୁଁ କୃତଜ୍ଞ ମନେ କରୁଛି ଯାହା କେବଳ ମୋ ବିଷୟରେ ନୁହେଁ ଓଏସଏଲ ଗ୍ରୁପର ଦୀର୍ଘ ୪୫ ବର୍ଷ ର ସଫଳ ଯାତ୍ରାକୁ ଉପଲବ୍ଧି କରୁଛି । ପୂର୍ବ ଭାରତରେ ସିପିଂ, ଖଣି, ଲଜିଷ୍ଟିକ୍ସ ଓ ରପ୍ତାନି ଦୁନିଆରେ ନିଷ୍ଠା ଓ ବିଶେଷଜ୍ଞତା ସହ ଆମେ କିଭଳି ଚମତ୍କାର ଢଙ୍ଗରେ ଆଗକୁ ବଢ଼ୁଛୁ ଏହା ହେଉଛି ତାହାର ପ୍ରତିଫଳନ ।’’
ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ, “ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଭାବେ ଏହା ମୋ ପାଇଁ ଏକ ପୁରସ୍କାର ହୋଇପାରେ କିନ୍ତୁ ସର୍ବଦା ଓଏସଏଲ୍ ଗ୍ରୁପ ର ବହୁ ଲୋକ ରହିଛନ୍ତି ଯେଉଁମାନେ ମୋର ସହଯୋଗୀ ଭାବେ ଉତ୍କର୍ଷ ଆଡ଼କୁ ଓଏସଏଲକୁ ନେଉଛନ୍ତି । ନିଜ ପରିସୀମାକୁ ସର୍ବଦା ଆଗକୁ ବଢ଼ାଇବା, ନୂଆ ଲକ୍ଷ୍ୟ ସୃଷ୍ଟି କରିବା ଏବଂ ପ୍ରତିଟି ଆହ୍ୱାନକୁ ସୁଯୋଗ ଭାବେ ଗ୍ରହଣ କରି ଆମେ ସର୍ବଦା ଭିନ୍ନ ହେବା ଲାଗି ଉଦ୍ୟମ କରିଆସୁଛୁ । ଛୋଟ ଛୋଟ ପଦକ୍ଷେପ ଜରିଆରେ ବଂଚିବା ଲାଗି ଦୁନିଆକୁ ଆହୁରି ଉତମ ଭାବେ ଗଢ଼ି ତୋଳିବା ଲାଗି ବିଭିନ୍ନ ପ୍ରକାର ଦାତବ୍ୟ ଅଭିଯାନ ଜରିଆରେ ଯୋଗଦାନ ମୋତେ ବହୁତ ଆନନ୍ଦ ପ୍ରଦାନ କରିଛି ।’’
“ମୋ ଟିମ୍ ଏହି କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତନ ଆଣିବା ଜାରିରଖିବ ମୋର ଆଶା । ଏହି ପୁରସ୍କାର ହେଉଛି ଓଏସଏଲ୍ ପରିବାରକୁ ସମ୍ପୂର୍ଣ୍ଣ କରୁଥିବା ସମଗ୍ର ଟିମର । ଏହି ପରମ୍ପରାକୁ ଆଗକୁ ବଢ଼ାଇଥିବାରୁ ମୁଁ ଗର୍ବିତ ଓ ଆନନ୍ଦିତ ମନେ କରୁଛି ବୋଲି ଯୁବ ଓ ଉତ୍ସାହୀ ଓଏସଏଲର ନିର୍ଦ୍ଦେଶକ ଶ୍ରୀ ଚର୍ଚ୍ଚିତ ମିଶ୍ର କହିଛନ୍ତି ।
ପଣ୍ୟ ପରିଚାଳନା ଲାଗି ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ପାରାଦୀପ ବନ୍ଦରର ଷ୍ଟିଭେଡୋରିଂ ପରିଚାଳନା କ୍ଷେତ୍ରରେ ଓଏସଏଲକୁ ଏକ ଅଗ୍ରଣୀ ସଂସ୍ଥା ଭାବେ ସୃଷ୍ଟି କରିବାରେ ଏହି ଯୁବ ଦୂରଦ୍ରଷ୍ଟା ନେତୃତ୍ୱ ସଫଳ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତର ପୂର୍ବ ଉପକୂଳରେ ଓଏସଏଲ୍ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟିଭେଡୋରିଂ ଓ ପଣ୍ୟ ପରିଚାଳନା ସଂସ୍ଥା ଏବଂ ବର୍ତ୍ତମାନ ଏହା ବିଭିନ୍ନ ପ୍ରକାର ଶିଳ୍ପର ୫୦ ନିୟୁତ ଟନ୍ରୁ ଅଧିକ ପଣ୍ୟ ପରିଚାଳନା କରୁଛି ।
ଷ୍ଟିଭେଡୋରିଂ, ପ୍ରକଳ୍ପ ପଣ୍ୟ ପରିଚାଳନା, ସିଆଣ୍ଡ ଏଫ କାର୍ଯ୍ୟକଳାପ, କଷ୍ଟମ ହାଉସ ଏଜେନ୍ସି, ଷ୍ଟିମର ଏଜେନ୍ସି ଆଦି କ୍ଷେତ୍ରରେ ଓଏସଏଲ୍ ବିଶେଷତା ପ୍ରଦର୍ଶନ କରିଛି । ଏହା ସହିତ କଂପାନିର ଖଣି, ପରିବହନ, ଆତିଥେୟତା, ଡ୍ରେଜିଂ ଓ ଓୟାରହାଉସିଂ ଆଦି ବିଭିନ୍ନ ଶିଳ୍ପରେ ବ୍ୟବସାୟ ରହିଛି ।