ସାଧନ ବୋଇଲେ ତାଙ୍କ ସହ ରହିଥିବା ଏଇ ହାତଟଣା, ପେଡାଲ ମରା ରେକ୍ସାଟା। ୨୦୦୫ରୁ ସେ ରିକ୍ସା ଚଳାଇ ଭାରତ ଭ୍ରମଣ କରୁଛନ୍ତି। ଆରମ୍ଭ ସମୟରେ ୨୦୧୯ ମସିହା ବେଳକୁ ସେ ପୁରୀରେ ପହଞ୍ଚିଥିଲେ। ହେଲେ ଲକ ଡାଉନ ଯୋଗୁଁ ଶ୍ରୀକ୍ଷେତ୍ର ସୀମାରେ ପ୍ରବେଶ କରିପାରିଲେ ନାହିଁ। ପୋଲିସର କଡା ପ୍ରହରା ତାଙ୍କୁ ବାଇପାସ୍ ରୁ ହିଁ ଫେରିବାକୁ ବାଧ୍ୟ କରିଥିଲା।
କିନ୍ତୁ ଆଜି ସ୍ଥିତି ବଦଳିଛି ଧନେଶ୍ ବଡଦାଣ୍ଡରେ ସିଂଗିଦୁଆର ମୁହଁରେ ରିକ୍ସା ଧରି ଛିଡା ହୋଇଛନ୍ତି। ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା। ନିଶାମୁକ୍ତ ସମାଜ ଓ ଶୈକ୍ଷିକ ସମାଜର ଆହ୍ୱାନ ଦେଇ ଏହି ସଚେତନତାର ଯାତ୍ରା କରୁଛନ୍ତି ସେ। ସବୁ ଧର୍ମ ସମାନ, ଧର୍ମ ଓ ଜାତିକୁ ନେଇ ନିଜନିଜ ମଧ୍ୟରେ କନ୍ଦଳ ସମିଚୀନ ହୁଅନ୍ତୁ ନାହିଁ ବୋଲି ସେ ମତ ଦେଇଛନ୍ତି।
ଭାରତର ସମଗ୍ର ଅଞ୍ଚଳ ସେ ବୁଲି ସାରିଥିବା ବେଳେ ଆସାମ, ଶ୍ରୀନଗର ହରିଦ୍ୱାର ଭ୍ରମଣ ବାକି ରହିଛି। ତାହାକୁ ଖୁବଶୀଘ୍ର ସମାପ୍ତ କରିବେ ବୋଲି ଧନେଶ କହିଛନ୍ତି। ବଲିଉଡ଼ ତାରକା ଧର୍ମେନ୍ଦ୍ରଙ୍କଠାରୁ ଅନୁପ୍ରାଣିତ ହୋଇ ସେ ଏହି ରିକ୍ସା ଯାତ୍ରା ଆରମ୍ଭ କରିଥିବା କୁହନ୍ତି। ଖାସ୍ ସେଇଥିପାଇଁ ଦେଶକୁ ଭଲ ପାଉଥିବା ଏ ଲୋକଟି ନିଜ ରିକ୍ଦାକୁ ଆମ ଦେଶର ମହା ମନିଶିମାନଙ୍କ ଫଟୋରେ ସଜେଇ ରଖିଛି।
ସୂଚନାଯୋଗ୍ୟ, ପୂର୍ବରୁ ଏମିତି ସଚେତନତା ରାଲି କରିଥିଲେ ଭାରତୀୟ ସଂନ୍ଥ ଶ୍ରୀ ସଦଗୁରୁ। ଭାରତୀୟ ଆଧ୍ୟାତ୍ମିକ ଗୁରୁ ତଥା ପରିବେଶବିତ, ସଦଗୁରୁ ନିଜର ‘ଜର୍ଣ୍ଣି ଟୁ ସେଭ ସଏଲ’ ଅଭିଯାନ ଆରମ୍ଭ କରିଥିଲେ ୨୦୨୨ ମସିହାରେ। ମୁର୍ତିକା ସଂରକ୍ଷକ୍ଷଣକୁ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସେ ୩୦ହଜାର କିଲୋମିଟର ବାଇକରେ ଯାତ୍ରା କରିଥିଲେ। ଯାତ୍ରା ସମୟରେ ବ୍ରିଟେନ,ବରଲିନ ଭଳି ୟୁରୋପୀୟ ଦେଶଙ୍କ ସମେତ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶ ମୋଟ ୨୬ଟି ଦେଶ ଦେଇ ଭାରତରେ ପହଁଚିଥିଲେ।