ଏଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟ କଚେରୀରେ ଲିଗାଲ୍ ସହାୟତା ଠାରୁ ଆରମ୍ଭକରି ଫାଇନାନ୍ସିଆଲ , ମେଡିକାଲ ସହ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ। ଏହାସହ ବାଲ୍ୟ ବିବାହ ଭଳି କୁଶ୍ଚିତ ପ୍ରଥା ବିଲୋପ ସହ ସ୍କୁଲ ଯିବାକୁ ହଁ କହିବା, ଲିଙ୍ଗଗତ ଭେଦଭାବ ଦୂର କରିବା, ଶିଶୁ ଅଧିକାର ସୁରକ୍ଷା, ଶିଶୁ ଚାଲାଣ ରୋକିବା, ମହିଳା ହିଂସା ରୋକିବା ବାର୍ତ୍ତା ବହନ କରିବା। ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହର , ୨୬ ଟି ବ୍ଲକ ସହିତ ବିଭିନ୍ନ ଅପହଞ୍ଚ ଇଲାକାରେ ପରିକ୍ରମା କରି ସଚେତନତାର ବାର୍ତ୍ତା ବାଣ୍ଟିବ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ସହ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
ହିଂସା ନିବାରଣ ନିମନ୍ତେ ଗଡ଼ିଲା ସଚେତନତା ରଥ

ଅର୍ଗସ ବ୍ୟୁରୋ: ଆଜିଠୁ ମୟୂରଭଞ୍ଜ ଜିଲ୍ଲାରେ ଗଡିଲା ମହିଳା ଓ ଝିଅ ମାନଙ୍କ ବିରୋଧରେ ହେଉଥିବା ହିଂସା ନିବାରଣ ନିମନ୍ତେ ସଚେତନତା ରଥ । ଏହି ରଥକୁ ଜିଲ୍ଲାପାଳ ବିନିତ ଭରଦ୍ବାଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ଥିବା ମହିଳା ଓ ଝିଅମାନେ କେଉଁଠିବି ଅସୁବିଧାର ସମ୍ମୁଖୀନ ହେଉଥିଲେ। ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ସହର ଠାରେ ଖୋଲାଯାଇଥିବା ଓ୍ବାନଷ୍ଟପ୍ ସେଣ୍ଟରକୁ ଆସି ସମସ୍ତ ପ୍ରକାର ସହାୟତା ନେଇପାରିବେ ।
Download Argus News App
