ନୂଆପଡା ଜିଲ୍ଲା ଉପାନ୍ତ ବୋଡେ଼ନ ବ୍ଲକର ଖଇରା ପଞ୍ଚାୟତର ସାଗୁନ ପଡାରେ ରହୁଥିବା ଆଦିବାସୀ ଫଗନୁ ମାଝୀ l ତାଙ୍କର ପରିବାର ରହୁଥିବା ଘରର ଦୃଶ୍ୟକୁ ଦେଖନ୍ତୁ l ମାଟି କାନ୍ଥ ସହ କାଠ ଗଣ୍ଡି ତା ଉପରେ ପଲିଥିନ, ଘରର ଏବସ୍ଥା ଏମିତି ଯେ ମାଟି କାନ୍ଥ ଭାଙ୍ଗିବାରେ ଲାଗିଛି ଆଉ ଡରି ଡରି ଏଠି ତାଙ୍କ ପରିବାର ରହୁଛନ୍ତି l ଏମିତି ଅବସ୍ଥାରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି l
ଏଠି ବି ସମାନ ଅବସ୍ଥା l ଏ ଦୃଶ୍ୟ ମଧ୍ୟ ଖଇରା ପଞ୍ଚାୟତ ର ଡୁମେରପଡାର l ଏଠି ଭଙ୍ଗା ଦଦରା ଘରେ ଜୀବନ ଯାପନ କରୁଛନ୍ତି ଜିତ ମାଝୀଙ୍କ ପରିବାର l ଦୀର୍ଘ ବର୍ଷ ହେଲା ତାଙ୍କ ଘର ଭୁଶୁଡି ଯାଇଛି ଆଉ ଘର ତୋଳିବାରେ ଅର୍ଥ ନାହଁ ତେଣୁ ଆବାସ ଯୋଜନାକୁ ଅପେକ୍ଷା କରି କରି ଥକି ଗଲେଣି ହେଲେ ଆବାସ ଯୋଜନାର ଦେଖା ନାହିଁ ତେଣୁ ଭଙ୍ଗା ଘରକୁ ଲାଗି କିଛି କାଠ ଗଣ୍ଡି ଏବଂ ପଲିଥିବ ସାହାଯ୍ୟ ରେ ଛୋଟିଆ କୁଡ଼ିଆ ଘର କରି ପରିବାର ରହି ଆସୁଛନ୍ତି l ଏହି ସମସ୍ୟା କୁ ସ୍ଥାନୀୟ ରାଜନେତା ଠାରୁ ପ୍ରଶାସନ କୁ ଜଣାଇଛନ୍ତି ହେଲେ କେହିବି ଶୁଣୁନ ଥିବା କହନ୍ତି ଜିତ ମାଝୀ l
ଉପାନ୍ତରେ ଆଦିବାସୀଙ୍କ ସହ କାହିଁକି ରାଜ୍ୟ ସରକାର ଖେଳୁଛନ୍ତି l ଆଉ କେତେ ବର୍ଷ ଏମାନେ ଜରି ପଲିଥିନ ମାଟି ଘରେ ରହିଲେ ସରକାର ଚେତିବେ l ନିର୍ବାଚନ ଆସିଲେ କଥା ଦେଇ କାହିଁକି କଥା ରଖନ୍ତି ନାହିଁ ରାଜ୍ୟ ସରକାର l ଆଉ କେବେ ଫଗନୁ ମାଝୀ ଏବଂ ଜିତ ମାଝୀ ଙ୍କୁ ଘର ମିଳୁଛି ତାହାକୁ ନଜର l