କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ର ୧୮ ଟି ପଞ୍ଚାୟତରେ ଆବାସ କେଳେଙ୍କାରୀର ଅଭିଯୋଗ ଫର୍ଦ୍ଦ ଯୋଡ଼ି ହେବାରେ ଲାଗିଛି। ଏହି ଆବାସ ଯୋଜନା ରେ କଳାବୁଦା ପଞ୍ଚାୟତରେ ଅଯୋଗ୍ୟ ମାଳମାଳ ବ୍ୟକ୍ତି ମାନେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ ଥିବାବେଳେ ଡିହସାହି ଗ୍ରାମ ର ସସ୍ମିତା ଦାସ, ଝରଣା ଦାସ ଓ ଚନ୍ଦ୍ରକାନ୍ତ ଦାସ ଭଳି ବହୁ ଯୋଗ୍ୟ ହିତାଧିକାରୀ ଆବାସରୁ ବଞ୍ଚିତ। ଏହି କେଳେଙ୍କାରୀକୁ ନେଇ ଅଗଷ୍ଟ ୧୫ରେ ରଂଜନ ଦାସ ନାମକ ଯୁବକ ଅନଶନରେ ବସିଥିବା ବେଳେ ବ୍ଳକ ପ୍ରଶାସନ ଓ ବିଧାୟିକାଙ୍କ ପ୍ରତିନିଧି ଉପସ୍ଥିତ ଥିଲେ ମଧ୍ୟ ଅନଶନକାରୀ ପାଖକୁ ଆସି ନଥିଲେ। ପରେ ବ୍ଳକ ଅଧ୍ୟକ୍ଷ ଅଭୟ ମହାରାଜାଙ୍କ ହସ୍ତକ୍ଷେପ ପରେ ଅନଶନ ରୁ ଓହରି ଯାଇଥିଲେ। ଏଠାରେ ପ୍ରଶ୍ନ ଉଠେ କାହା ଛତ୍ରଛାୟା ତଳେ ବ୍ଳକ ପ୍ରଶାସନ ରହି ଏଭଳି କାର୍ଯ୍ୟ କରିଛନ୍ତି।ଗରିବ ବାସହୀନଙ୍କ ପାଇଁ ଆବାସ ଯୋଜନା ହୋଇଥିବା ବେଳେ। ଏହି ଯୋଜନାରୁ ବଞ୍ଚିତ ପ୍ରକୃତ ହିତାଧିକାରୀ। ଫଳରେ ବାଟବଣା ହେଉଛି ଆବାସ।
ଅଧିକ ପଢ଼ନ୍ତୁ ଓଡିଶା ଖବର: