ଆଜିର ପାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ରାଉତ, ନଳିନୀ ମହାନ୍ତି, ନରେନ ପଳେଇ, ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ, ମହିଳା କଂଗ୍ରେସ ସଭାପତି ବନ୍ଦିତା ପରିଡା, ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ, କଟକ ନଗର ଜିଲ୍ଲା ସଭାପତି ସୁରେଶ ମହାପାତ୍ର, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, ବାଲେଶ୍ୱର ଜିଲ୍ଲା ସଭାପତି ସଂଜୀବ ଗିରି, ଯାଜପୁର ଜିଲ୍ଲା ସଭାପତି ମନୋଜ ରାଉତ, ପିସିସି ଅନୁସୂଚିତ ଜାତି ଅଧ୍ୟକ୍ଷ ବାଙ୍କନିଧି ବେହେରାଙ୍କ ସମେତ ରାଜ୍ୟ ଏବଂ ଜିଲ୍ଳାର ଯୁବ, ଛାତ୍ର, ମହିଳା ସେବାଦଳ ଏବଂ ସମସ୍ତ ବିଭାଗ ଓ ପ୍ରକୋଷ୍ଠର ହଜାର ହଜାର ହଜାର କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଯୋଗଦେଇଥିଲେ।
ରାଜନୀତି ଖବର ଆହୁରି ପଢନ୍ତୁ ।

ଅର୍ଗସ ବ୍ୟୁରୋ: ଧାମନଗର ବିଧାନସଭା ଉପନିର୍ବାଚନର କଂଗ୍ରେସ ପାର୍ଥି ବାବା ହରେକୃଷ୍ଣ ସେଠି ଆଜି ପାର୍ଥିପତ୍ର ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରୁ ପାର୍ଥି ଶ୍ରୀଯୁକ୍ତ ସେଠି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ,ସନ୍ତୋଷ ସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ,ଦାଶରଥି ଗମାଙ୍ଗ, ପୂର୍ବତନ ସାଂସଦ ଅନନ୍ତ ସେଠି, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଚିନ୍ମୟ ପ୍ରସାଦ ବେଉରା, ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାଶଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀଙ୍କ ସହିତ ଏକ ବିଶାଳ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ସହର ପତିକ୍ରମା କରି ଧାମନଗର ନିର୍ବାଚନ ଅଧିକାରୀଙ୍କ ନିକଟରେ ପାର୍ଥିପତ୍ର ଦାଖଲ କରିଛନ୍ତି।
