ପୁରୀ ଜିଲ୍ଲାର ଶେଷ୍ଠ ଓ ପ୍ରମୁଖ ଶୈବପୀଠ ମଧ୍ୟରେ ରହିଛନ୍ତି ବାବା ଇନ୍ଦ୍ରେଶ୍ବର ମହାଦେବ। ଘଣ୍ଟ,ଘଣ୍ଟି ଓ ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଛି ବାବା ଇନ୍ଦ୍ରେଶ୍ବର ମହାଦେବଙ୍କ ପ୍ରାଙ୍ଗଣ। ବାବା ଇନ୍ଦ୍ରେଶ୍ବରଙ୍କର ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ। ହଜାର ହଜାର ଭକ୍ତଙ୍କ ଭିଡ ଅଞ୍ଚରେ ସୃଷ୍ଠି ହୋଇଛି ଭକ୍ତିମୟ ପରିବେଶ। ମାଘମାସ ଶୁକ୍ଲପକ୍ଷ ଦଶମୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ୫ଦିନ ବ୍ୟାପୀ ଚାଲିଛି ବିଶ୍ବଶାନ୍ତି ମହାଯଜ୍ଞ। ମାନସିକ ଧାରି ଭକ୍ତଙ୍କ ଲୁହରେ ଭିଜୁଛି ଶୈବପିଠ। ଭକ୍ତିରେ ଭାବବିହ୍ବଳ ହୋଇପଡୁଛନ୍ତି ଭକ୍ତ। ୨୦୦୪ ମସିହା ଠାରୁ ଏଠାରେ ଆରମ୍ଭ ହୋଇଛି ପଞ୍ଚକୁଣ୍ଡୀୟ ବିଶ୍ବଶାନ୍ତି ମହାଯଜ୍ଞ।
ଲୋକ ମୁଖରେ ପ୍ରଚାରିତ ହେଉଥିବା ବାବା ଇନ୍ଦ୍ରେଶ୍ବର ମହାଦେବଙ୍କ ଆର୍ବିଭାବ କଥାକୁ ଆପଣ ଶୁଣିଲେ ବିଶ୍ବାସ ନ କରି ରହିପାରିବେ ନାହିଁ। ଆମେ ଜଣେ ଶ୍ରଦ୍ଧାଳୁଙ୍କ ସହ ଏନେଇ କଥା ହୋଇଥିଲୁ। ସେ ମନ୍ଦିରର ଇତିହାସ ବିଷୟରେ ଅତ୍ୟନ୍ତ ଭାବବିହ୍ବଳ ହୋଇ କହିଥିଲେ। ପୂର୍ବରୁ ଏହି ସ୍ଥାନଟି ଗଛଲତାରେ ପରିପୂର୍ଣ୍ଣ ବଣ ରହିଥିଲା। ଯାହାର ନାଁ ରହିଥିଲା ଓଲୁଅ ବଣ। ପ୍ରତିଦିନ ଜଣେ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ଗାଈ ଚରାଇବାକୁ ଓଲୁଅ ବଣକୁ ଯାଉଥିଲା। ସେବେଠାରୁ ଏହି ସ୍ଥାନରେ ବାବା ଇନ୍ଦ୍ରେଶ୍ବର ନାମରେ ମନ୍ଦିର ନିର୍ମାଣ ହୋଇଥିଲା ଏବଂ ଓଲ ଗ୍ରାମ ଗଢି ଉଠିଥିଲା। ଚାରି ପୁରୁଷ ପୂର୍ବରୁ ଏହି ମନ୍ଦର ନିର୍ମାଣ ହୋଇଥିବା ଓଲ ଗ୍ରାମର ସଭାପତି କହିଛନ୍ତି।