ଅର୍ଗସ ବ୍ୟୁରୋ: ଦୁର୍ଗମ ଅଞ୍ଚଳ,ପାହାଡ ଉପରେ ବାଉଁଶ କୁଡିଆ ଟେ,କୁଡିଆ ଭିତରେ ବାବା ପଡେଶ୍ବର ଙ୍କ ପୂଜା ଚାଲିଛି। କଳାହାଣ୍ଡି ଜିଲ୍ଲା ଥୁଆମୁଲରାମପୁର ବ୍ଳକ ସାପରୁଣ୍ଡି ଗାଁ। ଗାଁ ରେ ପାଖାପାଖି ଦେଢ ଶହ ପରିବାର ରୁହନ୍ତି। ଗାଁ ଳୋକଙ୍କ ଭକ୍ତି ଦେଖିଲେ ଲାଗେ କ୍ଷଣିକ ପାଇଁ ଭୋଲା ଏଇଠି ଚାଲିଆସିଛନ୍ତି। ମା ମାନେ କୁହନ୍ତି, ରାଇ ମାଝୀ ପ୍ରଖର ଶିବ ଭକ୍ତ , ରାଇ ଙ୍କ ସ୍ତ୍ରୀ ବନିତା କୁ ସ୍ବପ୍ନାଦେଶ ହୁଏ। ଗାଁ ପାହାଡରେ ପୂଜା କର।ପରେ ପରେ ଗାଁ ଳୋକଙ୍କ ସହମତି ରେ ଶିବରାତ୍ରି ଅନୁଷ୍ଠିତ ହୋଇଥାଏ।
ସବୁ ଆଡେ ଗହଲ ଚହଲ ଯାକ ଯମକ ଭିତରେ ,ଶୁନଶାନ ପାହାଡ ଉପରେ ଗାଁ ଳୋକଙ୍କ ରୁଣ୍ଡ ଦେଖି ଆମେ ଅଟକି ଗଲୁ।ପାଖକୁ ଯାଇ ଦେଖିବା ପରେ ବାବା ପଡେଶ୍ବର ଙ୍କ ପୂଜା ଚାଲିଛି। ମାଁ ମାନେ କୁହନ୍ତି ଦୁଃଖ ରେ ଥିଲେ ବାବା ଙ୍କ ପାଖରେ ଦୁଃଖ ଜଣାଇଲେ ଦୁର କରନ୍ତି।
ଭାବ ଆଗରେ ସତେ ଯେମିତି ଜାମଜମକ ତୁଚ୍ଛ ଳାଗିଲା।ବାବା ଙ୍କ ଭାବ ରେ ବିଭୋର ଳୋକେ, ସରକାର ପାଖରେ ମଧ୍ୟ ଗୁହାରି କରୁଥିଲେ, ମନ୍ଦିର ଟେ କରିଦିଅ।