ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପାଥିକ ନୁହେଁ ଆୟୁର୍ବେଦିକ ଚିକିତ୍ସା ମଧ୍ୟ ଜରୁରୀ । ଏହାର ପ୍ରମାଣ କରି ଦେଖାଇଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ନହରଣା ସ୍ଥିତ ସୀତାରାମ ସେବାଶ୍ରମର ବାବା ରାମ ପଙ୍କଜ ଦାସ ମହାରାଜ । ବାବା ନିଜ ବଗିଚାରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ଲଗାଇଛନ୍ତି ।
ଏ ହେଉଛି ବାବା ରାମ ପଙ୍କଜ ଦାସ ମହାରାଜଙ୍କ ଔଷଧିୟ ବଗିଚା । ନିଜ ଆଶ୍ରମ ପାଖରେ ଔଷଧ ବଗିଚା ଲଗାଇଛନ୍ତି । ଔଷଧୀୟ ବଗିଚା ମଧ୍ୟ ଅତି ସୁନ୍ଦର ଦେଖାଯାଉଛି । ଏହି ବଗିଚାରେ 400ରୁ ଅଧିକ ଔଷଧ ଗଛ ଲଗାଯାଇଛି । ଦୀର୍ଘ ଦୁଇ ବର୍ଷ ହେବ ବାବା ଏହି ଔଷଧ ଗଛ ଲଗାଇଛନ୍ତି । ନିଜ ବଗିଚାରେ ରାମ ତୁଳସୀ,ଷ୍ଟିଭିଆ, ହେମ ସାଗର,ବାସ ଚନ୍ଦନ,ସହ ଚାରିଶହରୁ ଅଧିକ ଔଷଧ ଗଛ ଲଗାଇଛନ୍ତି । ଏହି ଔଷଦକୁ ପାନ କଲେ ଡାଇବେଟିସ,କଫ,ବାତ, କ୍ୟାନ୍ସର,କିଡ଼ନୀ ରୋଗ, ବ୍ଲଡ଼ ପ୍ରେସର,ପାଟି ରୋଗ,ଥଣ୍ଡା, ବଡ଼ ବଡ଼ ରୋଗର ନିରାକରଣ ହୋଇଥାଏ ।
ଆଉ ଗୋବିନ୍ଦ ଗଛ ଘର ପୋଖରୀରେ ରହିଲେ ସାପ କାମୁଡିବ ନାହିଁ । କିମ୍ବା ଘରେ ପ୍ରବେଶ କରିବ ନାହିଁ । ଏହା ବାଦ ବଗିଚାରେ ସେଓ,ଅଙ୍ଗୁର,ତେଜପତ୍ର, ଫୁଲ ଫଳ ବିଭିନ୍ନ ପ୍ରକାର ଗଛ ଲାଗିଛି । ଏହି ଔଷଧ ଗଛର ଯତ୍ନ ନେବା ପାଇଁ ଗ୍ରାମବାସୀମାନେ ମଧ୍ୟ ବାବାଙ୍କୁ ସହଯୋଗ କରିଥିବା ବାବା କହିଛନ୍ତି । ଲୋକେ ପ୍ରାୟତଃ ଏଲୋପାଥିକ ଔଷଧ ଉପରେ ନିର୍ଭର କରୁଥିବାବେଳେ ଅତୀତରେ ଚେର ମୁଳି ଓ ମୂଲ୍ୟବାନ ପତ୍ରର ଚାହିଦା ବହୁତ ଥିଲା । ଏ ନେଇ ଆୟୁର୍ବେଦିକକୁ ମାଧ୍ୟମ କରିବାକୁ ବାବା କହିଛନ୍ତି ।
ବାବା ପ୍ରଥମେ ଏକ ଛୋଟ ବଗିଚାରେ ଏହି ଔଷଧ ଗଛ ଲଗାଇଥିଲେ । ପରେ ଧିରେ ଧିରେ ବଡ଼ ବଗିଚାରେ ପରିଣତ ହୋଇଛି । ଯାହାକି ନିଆରା ପରିବେଶ ସୃଷ୍ଟି କରିଛି । ବହୁ ଦୂର ଦୁରାନ୍ତରୁ ଲୋକ ମାନେ ଏହି ଔଷଧ ନେବା ପାଇଁ ଆସିଥିବା ଗ୍ରାମବାସୀମାନେ କୁହନ୍ତି । ବାବା ଏହି ଚେର ମୁଳିକୁ ବିନା ମୁଲ୍ୟରେ ଦେଇଥାନ୍ତି । ତେବେ ବାବାଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ଆଧ୍ୟାତ୍ମିକବାଦୀ ହେବା ସହ ସୁସ୍ଥ ପରିବେଶ ପାଇଁ ଉଦ୍ୟମ କରିବା ଜରୁରୀ । ଯଦି ଆଗାମୀ ଦିନରେ ପ୍ରଶାସନ ତରଫରୁ କିଛି ସହାୟତା ମିଳି ପାରନ୍ତା ତା ହେଲେ ଏହି ଔଷଧ ବଗିଚାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ସହାୟକ ହେବ ବୋଲି ଗ୍ରାମବାସୀ ମାନେ କହିଛନ୍ତି।
ଏହି ଔଷଧ ବଗିଚାର ବହୁତ୍ ଉପକାରିତା ରହିଥିବା ବେଳେ ଏହାକୁ ଔଷଧ ରୁପେ ପାନ କଲେ ବଡ଼ ବଡ଼ ରୋଗର ନିରାକରଣ ହୋଇଥାଏ । କିନ୍ତୁ ବର୍ତ୍ତମାନ ଆଧୁନିକ ଯୁଗରେ ଆୟୁର୍ବେଦିକର ପ୍ରଚାର ପ୍ରସାର ବେସ୍ କମ ରହିଛି । ଯଦି ଏହାର ପ୍ରଚାର ପ୍ରସାର ହୋଇପାରନ୍ତା ଲୋକମାନେ ଏହାର ମୂଲ୍ୟ ବୁଝି ପାରନ୍ତେ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।