ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଗଧାଡ଼ିର ଅଭିନେତା ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦକୁ ନେଇ ରାଜ୍ୟସାରା ଚର୍ଚ୍ଚା । ଶନିବାରର ପୂରା ଘଟଣାକୁ ନେଇ ବିଳମ୍ବିତ ରାତିରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁଶାନ । ଏକ ଭିଡିଓ ଜାରି କରି ସେ କହିଛନ୍ତି, ସେ ଜାଣି ନ ଥିଲେ ତାଙ୍କୁ ନେଇ ଘରେ ଏତେ ଅସୁବିଧା ଚାଲିଛି ବୋଲି । ଆଉ ଯଦି ଅସୁବିଧା ଅଛି, ତେବେ ସେ ସିନେମା କରିବେନି କି ପ୍ରକୃତିଙ୍କ ସହ ଅଭିନୟ କରିବେନି । ଆଉ ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସାଙ୍ଗରେ କାମ କରିବି ନାହିଁ ।
ବାବୁସାନ କହିଛନ୍ତି ଉତ୍କଳ ଦିବସ ପାଳିବାକୁ ସେ ଚେନ୍ନାଇ ଯାଇଛନ୍ତି । ଚେନ୍ନାଇର ଓଡ଼ିଆ ଆସୋସିଏସନ ତାଙ୍କୁ ଏବଂ ପ୍ରକୃତି ମିଶ୍ରଙ୍କୁ ନିମନ୍ତ୍ରଣ କରିଥିଲେ । ଫିଲ୍ମର ପ୍ରମୋଶନ ସହ ଆଗକୁ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆସୁଥିବା ସିନେମା ସଂପର୍କରେ ଘୋଷଣା କରିବାକୁ ।