ଗତକାଲି ଖାରବେଳନଗର ଥାନାରେ ବାବୁସାନ୍ଙ୍କ ପତ୍ନୀ ତୃପ୍ତି ଶତପଥୀ ଉଭୟ ସ୍ବାମୀ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ବିରୋଧରେ ଏତଲା ଦେଇଛନ୍ତି । ପ୍ରକୃତି ବାବୁସାନଙ୍କୁ ବଶ କରି ରଖିଥିବାରୁ ସେ ତାଙ୍କୁ ନିର୍ଯାତନା ଦେଉଛନ୍ତି ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପ୍ରାୟ ୨ ବର୍ଷ ହେଲା ତାଙ୍କ ସାଂସାରିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ବାବୁସାନ୍ ତାଙ୍କୁ ଟଙ୍କାଟିଏ ଦେଉନଥିଲେ, ଅଥଚ ପ୍ରକୃତିଙ୍କୁ ହୀରା ଗହଣା ଉପହାର ଦେଉଥିଲେ । ମାସ ମାସ ଧରି ଘର ଛାଡ଼ି ପ୍ରକୃତିଙ୍କ ସହ ରହୁଥିଲେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି । ସେହିଭଳି ତୃପ୍ତି ଗଣମାଧ୍ୟମକୁ କହିଛନ୍ତି ଯେ ୨ ବର୍ଷ ହେବ ବାବୁସାନ୍ ଓ ପ୍ରକୃତି ଲିଭ୍ଇନ୍ରେ ରହୁଥିଲେ ।
ଏପଟେ ଶନିବାରର ପୂରା ଘଟଣାକୁ ନେଇ ବିଳମ୍ବିତ ରାତିରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁଶାନ । ଏକ ଭିଡିଓ ଜାରି କରି ସେ କହିଛନ୍ତି, ସେ ଜାଣି ନ ଥିଲେ ତାଙ୍କୁ ନେଇ ଘରେ ଏତେ ଅସୁବିଧା ଚାଲିଛି ବୋଲି । ଆଉ ଯଦି ଅସୁବିଧା ଅଛି, ତେବେ ସେ ସିନେମା କରିବେନି କି ପ୍ରକୃତିଙ୍କ ସହ ଅଭିନୟ କରିବେନି । ଆଉ ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସାଙ୍ଗରେ କାମ କରିବି ନାହିଁ । ବାବୁସାନ କହିଛନ୍ତି ଉତ୍କଳ ଦିବସ ପାଳିବାକୁ ସେ ଚେନ୍ନାଇ ଯାଇଛନ୍ତି । ଚେନ୍ନାଇର ଓଡ଼ିଆ ଆସୋସିଏସନ ତାଙ୍କୁ ଏବଂ ପ୍ରକୃତି ମିଶ୍ରଙ୍କୁ ନିମନ୍ତ୍ରଣ କରିଥିଲେ । ଫିଲ୍ମର ପ୍ରମୋଶନ ସହ ଆଗକୁ ପ୍ରକୃତି ମିଶ୍ରଙ୍କ ସହ ଆଗକୁ ଆସୁଥିବା ସିନେମା ସଂପର୍କରେ ଘୋଷଣା କରିବାକୁ ।