ହାତୀକୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେନେଇ ସମସ୍ତ ଉଦ୍ୟମ କରାଯାଉଛି । 17 ଟିକିଆ ହାତୀପଲରୁ ହାତୀ ଛୁଆଟି ଅଲଗା ହୋଇ କୂଅରେ ପଡ଼ିଥିବା ଅନୁମାନ କରାଯାଉଛି ।
ଏହି ଅଞ୍ଚଳରେ ଆମ୍ବ, ପଣସ ଓ କଦଳୀ ଗଛ ପ୍ରଚୁର ଥିବା ବେଳେ, ଗତକାଲି ରାତିରେ ଏହି ହାତୀ ପଲରେ ଥିବା ଏକ ହାତୀ ଛୁଆ କୌଣସି କାରଣରୁ କୂଅକୁ ଖସିଯାଇଥିଲା । ଆଜି ସ୍ଥାନୀୟ ଅଞ୍ଚଳର କିଛି ଲୋକ ହାତୀ ଛୁଆଟିକୁ କୂଅରେ ପଡିବାର ଦେଖି ବନବିଭାଗକୁ ଖବର ଦେଇଥିଲେ।