ହଠାତ ଶିଶୁ କନ୍ୟାର ଦେହ ପ୍ରବଳ ଖରାପ ହେବାରୁ ଶିଶୁକନ୍ୟାର ମା’ ଭୋଜି ଖାଇବାକୁ ଯାଇଥିବା ପରିବାର ଲୋକଙ୍କୁ ଡାକିବା ପାଇଁ ଯାଇଥିଲେ । ସେଠାରୁ ଆସି ଶିଶୁକନ୍ୟା ନିଖୋଜ ହୋଇଥିବା ସମସ୍ତେ ପରିବାର ଲୋକେ ଦେଖିବାକୁ ପାଇଥିଲେ ।
ଶିଶୁକନ୍ୟାକୁ ପରିବାର ଲୋକେ ଓ ଗ୍ରାମବାସୀ ରାତିସାରା ଖୋଜା ଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା l ଆଜି ସକାଳେ ନବଜାତ ଶିଶୁକନ୍ୟାର ଘର ପାର୍ଶ୍ଵରେ ଥିବା ପୋଖରୀରୁ ମୃତଦେହ ଭାସୁଥିବା ଗ୍ରାମବାସୀ ଦେଖି କମର୍ଦl ପୋଲିସକୁ ଖବର ଦେଇଥିଲେ । ଘରେ କେହି ନଥିବାବେଳେ କୌଣସି ଏକ ଜନ୍ତୁ ଟାଣି ନେଇ ପାଖରେ ଥିବା ପେlଖରୀରେ ପକାଇ ଦେଇଥିବା ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ହେଲେ ଶିଶୁ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ଫଳରେ ଶିଶୁ କନ୍ୟାର ଆଉ କୌଣସି କାରଣରୁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଜଳେଶ୍ୱର SDPO ଓ ସ୍ଥାନୀୟ ପୋଲିସ ମୃତଦେହକୁ ଜବଦ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ପୋଲିସର ତଦନ୍ତ ପରେ ହିଁ ପ୍ରକୃତ ରହସ୍ୟ ସମନାକୁ ଆସିବ l