ଜୀବନ କଣ ଜାଣେ ନାହିଁ ତଥାପି କହଁଳ ବୟସ ରେ ସହୁଛି ଅସହ୍ୟ ଯନ୍ତ୍ରଣା । କଥା ସୀନା କହିପାରୁନାହିଁ କିନ୍ତୁ ଝିଅର ସବୁ କଷ୍ଟ ଅନୁଭବ କରିପାରୁଛି ମା । ଧନାଇ କୁ ଜନ୍ମ ବେଳ ରୁ ହିଁ ଆଖି ଓ ନାକ ମଝିରେ ଏକ ଛୋଟ ଫୁଟୁକା ଭଳି ବାହାରି ଥିଲା ଏବଂ ଶିଶୁ କନ୍ୟା ର ଯେମିତି ବୟସ ବଡ଼ିବା ରେ ଲାଗିଲା ଠିକ ସେହିପରି ମାଂସ ପିଣ୍ଡୁଳା ଟି ଅସହାୟ ଭାବେ ବଡ଼ିଲା । ଏହିପରି ଭାବରେ ଧୀରେ ଧୀରେ ମାଂସ ପିଣ୍ଡୁଳା ବଡ଼ ହେବାରେ ଲାଗିଲା ତେବେ ପରିବାର ଶିଶୁ କନ୍ୟା ର ୮ ମାସ ବେଳକୁ ନବରଙ୍ଗପୁର ଜିଲ୍ଲା
ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖାଇବା ପରେ କଟକ ବଡ଼ ମେଡିକାଲ ରେ ନେବା ପାଇଁ ପରାମର୍ଶ ଦେଲେ କିନ୍ତୁ ନିଳାମ୍ବର ଗୌଡ଼ ପାଖରେ କିଛି ନଥିବା ଯୋଗୁଁ ଚିକିତ୍ସା ପାଇଁ ପ୍ରସାଶନ ପାଖରେ ଗୁହାରି କରିଥିଲେ । ପ୍ରଶାସନ ମଧ୍ୟ ଶିଶୁ କନ୍ୟା ର ଚିକିତ୍ସା କରିବା ପାଇଁ ପ୍ରତିଶ୍ରୁତି ଦେଇ ଶିଶୁ କନ୍ୟା କୁ କଟକ ବଡ଼ମେଡିକାଲ ନେଇ ଡାକ୍ତର ଙ୍କୁ ଦେଖାଇ ଥିଲେ କିନ୍ତୁ ଧନାଇ ର ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିବା ବେଳେ ଶିଶୁ କନ୍ୟା ର ବୟସ ହୋଇ ନଥିବା ଯୋଗୁଁ ଡାକ୍ତର ଶିଶୁ କନ୍ୟା କୁ ଅସ୍ତ୍ରୋପଚାର ବର୍ତ୍ତମାନ କରି ହେବ ନାହିଁ ବୋଲି କହିବା ସହ ଶିଶୁ କନ୍ୟା ର ଗୋଟେ ବର୍ଷ ହେଲା ପରେ ଅସ୍ତ୍ରୋପଚାର ହୋଇପାରିବ ବୋଲି କହିଥିଲେ ।
ତେବେ ସେତେବେଳେ ପ୍ରଶାସନ ନେଇ କେବଳ ଡାକ୍ତର ଙ୍କୁ ଦେଖାଇ ଥିଲେ କିନ୍ତୁ ଅନ୍ୟ ସବୁ ଖର୍ଚ୍ଚ ପାଇଁ ନିଜେ ଖର୍ଚ୍ଚ କରିଥିବା କହିଥିବା ବେଳେ ନିଜର ଚାଷ କାର୍ଯ୍ୟ ରେ ଲଗାଉ ଥିବା ଦୁଇଟି ବଳଦ କୁ ଦଶ ହଜାର ଟଙ୍କା ରେ ବିକ୍ରି କରି ଥିବା କହିଛନ୍ତି ପରିବାର । ବର୍ତ୍ତମାନ ଶିଶୁ କନ୍ୟା ର ବୟସ ଦେଢ଼ ବର୍ଷ ହୋଇଥିଲେ ମଧ୍ୟ ଚିକିତ୍ସା କରିବା ତ ଦୂରର କଥା ଚିକିତ୍ସା କରିବା ପାଇଁ ସାହାସ ଜୁଟାଇ ପାରୁନଥିବା ବେଳେ ପ୍ରଥମ ଚିକିତ୍ସା କରିବା ପାଇଁ ବଳଦ ଥିବାରୁ ବିକ୍ରି କରି ଯାଇଥିଲୁ ଏବେ ମୋ ପାଖରେ କିଛି ନାହିଁ କିପରି ଚିକିତ୍ସା କରିବେ ବୋଲି କହିଛନ୍ତି ଶିଶୁ କନ୍ୟା ର ବାପା ନିଳାମ୍ବର ଗୌଡ଼ ।
ତେବେ ଶିଶୁ କନ୍ୟା ଧନାଇ ର ଆଖି ଓ ନାକ ମଝି ରେ ବେଲୁନ ଭଳି ମାଂସ ପିଣ୍ଡୁଳା ଝୁଲି ରହିଛି ଯାହାକି ଶିଶୁ କନ୍ୟା ଭଲ ଭାବରେ ଦେଖି ପାରୁଛି ନା ଭଲ ଭାବରେ ଖାଇ ପାରୁଛି । ମାଂସ ପିଣ୍ଡୁଳା ଟି ବଡ଼ି ଆଖି ଓ ନାକ ଚାପି ହେଉଥିବା ବେଳେ ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ବହୁତ କଷ୍ଟ ଅନୁଭବ କରୁଥିବା କହିଛନ୍ତି ଶିଶୁ କନ୍ୟା ର ମା ।
ଅନ୍ୟ ପଟେ ପ୍ରଶାସନ ଶିଶୁ କନ୍ୟା କୁ ଚିକିତ୍ସା କରିବା ର ପ୍ରତିଶୃତି ଦେଇ କେବଳ ଗୋଟେ ଥର କଟକ ମେଡିକାଲ କୁ ନେଇ କାମ ସାରି ଦେଇଥିବା ବେଳେ ଗୋଟେ ବର୍ଷ ହେଲା ପରେ ଶିଶୁ କନ୍ୟା କୁ ହେବାକୁ ଥିବା ଅସ୍ତ୍ରୋପଚାର କଥା ମଧ୍ୟ ଭୁଲି ଯାଇଛି । ତେବେ ଏ ସମ୍ପର୍କରେ ଗୋଷ୍ଟି ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ମେହେର ଙ୍କୁ ପଚାରିବରୁ ଏହି ବିଷୟ କୁ ନେଇ ଜିଲ୍ଲାପାଳ ଙ୍କୁ ଜଣାଇବା ସହ ଯାହା ନିର୍ଦ୍ଦେଶ ମିଳିବ ସେହି ଅନୁସାରେ ସାହାଯ୍ୟ ସହଯୋଗ କରାଯିବ ବୋଲି କହିଛନ୍ତି ।
ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ସୁବିଧା ଯୋଗାଇ ଦେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଗଣା ଚିକିତ୍ସା କରାଯାଉଛି ବୋଲି ପ୍ରସାର ପ୍ରଚାର କରୁଛନ୍ତି ତେବେ ଏତେ ପ୍ରଚାର ପ୍ରସାର ପରେ ମଧ୍ୟ ଚିକିତ୍ସା କରିବା ପାଇଁ ସାହସ ଜୁଟାଇ ପାରୁନାହାନ୍ତି ଗରିବ ଲୋକମାନେ । ତେବେ ଜିଲ୍ଲା ପ୍ରସାଶନ ଗରିବ ନିଳାମ୍ବର ଗୌଡ଼ ଙ୍କ ଝିଅ ଧନାଇ ଗୌଡ଼ କୁ ଆର୍ଥିକ ସହାୟତା ଦେବା ସହ ଚିକିତ୍ସା କରାଇଲେ ଧନାଇ ଅସହାୟ ଯନ୍ତ୍ରଣା ରୁ ମୁକ୍ତି ପାଇ ସ୍ୱାଭାବିକ ଜୀବନ ରେ ବଞ୍ଚିଥାନ୍ତା ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।