ଏହି ଟୁର୍ଣ୍ଣାମେଣ୍ଟରେ କଟକ ଜିଲ୍ଲା ର 13ଟି କ୍ଲବ ଅଂଶଗ୍ରହଣ କରିବେ। ଯେଉଁଥିରେ ଦେଖିବାକୁ ମିଳିବ ହାଇ ଭୋଲଟେଜ ମୁକାବିଲା। ଦୁଇଟି ଗ୍ରୁପରେ ସବୁ ଟିମ୍ ରହିବେ। ଖାସକରି କଟକର ଇଣ୍ଡିପେଣ୍ଡଣ୍ଟ କ୍ଲବ , ରାଇଜିଙ୍ଗ ଷ୍ଟୁଡେଣ୍ଟ୍ କ୍ଲବ, ବିଡ଼ାନାସି କ୍ଲବ ଓ ଆଚିଭର କ୍ଲବ ଇତ୍ୟାଦି ସେମାନଙ୍କ ଚମକପ୍ରଦ ଖେଳ ପଦର୍ଶନ କରିବେ ବୋଲି ଆଶା ରଖିଛି ଜିଲ୍ଲା କ୍ରୀଡା ସଂଘ। ଏହା ବ୍ୟତୀତ ଏହି ପ୍ରତିଯୋଗିତାରୁ ରାଜ୍ୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳୀ ଚୟନ କରାଯିବ ବୋଲି କହିଛନ୍ତି।
ଡିସେମ୍ବର ୪ରୁ ବଚ୍ଚନ ମେମୋରିଆଲ ଫୁଟବଲ ପ୍ରତିଯୋଗିତା

ଅର୍ଗସ ବ୍ୟୁରୋ: କଟକରେ ଖେଳାଯିବ ବଚ୍ଚନ ମେମୋରିଆଲ ଫୁଟବଲ ପ୍ରତିଯୋଗୀତା। ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ଚୌଦ୍ବାରର ଓଟିଏମ ପଡ଼ିଆରେ ଡିସେମ୍ବର 4 ତାରିଖରୁ ଆରମ୍ଭ ହେବ ଏହି ବଚ୍ଚନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଯାହା 16 ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପ୍ରତ୍ୟକ ଦିନ ଗୋଟିଏ ଲେଖାଏ ମ୍ୟାଚ ଖେଳାଯିବ।
Download Argus News App
