ଏଥିପାଇଁ ରାଜ୍ୟରେ ଆଖୁ ଚାଷ ଲୋପ ପାଇବାକୁ ବସିଛି । ୨୨ ବର୍ଷ ହେଲା ବନ୍ଦ ହୋଇପଡ଼ିଛି ବଡ଼ମ୍ବା ଚିନିକଳ । ହ୍ରାସ ପାଉଛି ଆଖୁ ଉତ୍ପାଦନ, ବେକାର ବସିଛନ୍ତି କର୍ମଚାରୀ । ଏବେ ବି ଜରାଜୀର୍ଣ୍ଣ ଜଙ୍ଗଲ ସଦୃଶ ଅବସ୍ଥାରେ ପଡ଼ିରହିଛି ବଡ଼ମ୍ବା ଚିନିକଳ । ଏହି ଚିନିକଳ ଦ୍ୱାରା ଅଞ୍ଚଳର ଚାଷୀ ଓ କର୍ମଚାରୀ ଉପକୃତ ହେଉଥିଲେ ।
୧୯୮୨ ମସିହାରେ ୪,୮୯୧ଜଣ ଚାଷୀଙ୍କୁ ନେଇ ପଞ୍ଜିକୃତ ହୋଇଥିଲା ବଡ଼ମ୍ବା ସମବାୟ ଚିନିକଳ । ଅଂଶଧନ ବାବଦରେ ସେତେବେଳେ ଆଦାୟ ହୋଇଥିଲା ୮ କୋଟି ୧୩ ଲକ୍ଷ ୧୩ ହଜାର ୮୧୧ ଟଙ୍କା । ଏବଂ ଚିନିକଳ ପାଇଁ ୧୩୩ ଏକରର ଏକ ଜମି ଅଧିଗ୍ରହଣ ହୋଇଥିଲା । ୧୯୮୯ ମସିହାରେ ଏହି ଚିନିକଳ କାର୍ଯ୍ୟକ୍ଷମ ହୋଇଥିଲା । ୨ ଜଣ ନିଲାମଧାରୀ ଚିନି ଶିଳ୍ପ ନିଲାମରେ ଅଂଶଗ୍ରହଣ କରିଥିଲେ । ସେହିଭଳି ଆଇଡିବିଆଇ ବ୍ୟାଙ୍କରୁ ଏଥିଲାଗି ମୋଟ ୨୦ କୋଟି ୧୩ ଲକ୍ଷ ୧୩ ହଜାର ୮୧୧ ଋଣ ହୋଇଥିବାବେଳେ ୧୯୮୯ରେ ଏହା କାର୍ଯ୍ୟକ୍ଷମ ହୋଇଥିଲା ।
୧୯୯୧ରେ ତାମିଲନାଡୁର ଶକ୍ତି ସୁଗାର୍ସକୁ ୧୩ ବର୍ଷ ପାଇଁ କମ୍ପାନୀକୁ ଲିଜ୍ ଦିଆଯାଇଥିଲା । କୃଷି ଅନୁସାରେ ଶକ୍ତି ସୁଗାର୍ସ ଆଖୁଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାରୀ ଦେବା ସହ ସ୍ଥାନୀୟ ଅଞ୍ଚଳରେ ଆଖୁଚାଷର ବିକାଶ କରିବାର ଲକ୍ଷ୍ୟ ଥିଲା । ହେଲେ ଲିଜ୍ ଶେଷ ପରେ କମ୍ପାନୀର ମାଲିକାନା ପୁନର୍ବାର ସମବାୟ ସମିତି ହାତକୁ ଚାଲିଯାଇଥିଲା । ଦୁଇ ବର୍ଷ ଯାଏ ସମିତି ହାତରେ କମ୍ପାନୀ ଥିବାବେଳେ ପୋର୍ଟରେ ଏହା ଲାଭ କରିଥିବା ଦର୍ଶାଯାଇଛି । କୌଣସି କାରଣ ନ ଥାଇ ସରକାର ହଠାତ କମ୍ପାନୀକୁ ବିକି ଦେବାକୁ ଯୋଜନା କରିଥିଲେ ।
ସୂଚନାନୁଯାୟୀ, ଦୁଇ ଜଣ ନିଲାମଧାରୀ ନିଲାମରେ ଅଂଶଗ୍ରହଣ କରିଥିବାବେଳେ ଦକ୍ଷିଣ ଭାରତର କାଳକା ସୁଗାର୍ସ ୮ କୋଟି ୨୮ ଲକ୍ଷ ୫୦ ହଜାର ଟଙ୍କାରେ କମ୍ପାନିକୁ କ୍ରୟ କରିବା ପାଇଁ ନିଷ୍ପତି ହୋଇଥିଲା । ଆଖୁ ଉତ୍ପାଦନ ହ୍ରାସ ପାଇବା ସହ ଏବେ ଅଧିକାଂଶ ଜମି ପଡିଆ ପଡିଛି ଏପରି ଅବସ୍ଥାରେ ଏହି ଚିନି ଶିଳ୍ପକୁ ଚାଲୁ କରିବା ପାଇଁ ଆନ୍ଦୋଳାତ୍ମକପନ୍ଥା ଗ୍ରହଣ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।