ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭଗବାନ ଏଭଳି ଦୁଃଖ କାହାକୁ ନ ଦିଅନ୍ତୁ। ଏଭଳି ଘଟଣା କେବେ ନଘଟୁ। ଟ୍ରେନ ଦୁର୍ଘଟଣାରୁ ବର୍ତ୍ତିକି ବସରେ ଯିବାବେଳେ ପୁଣି ଘଟିଲା ଦୁର୍ଘଟଣା। ବାଲେଶ୍ୱର ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପିଛା ଛାଡ଼ୁନି ବିପଦ । ଟ୍ରେନ ଦୁର୍ଘଟଣାରେ ଆହତ ଲୋକଙ୍କୁ ବାଲେଶ୍ୱରରୁ ନେଇ ଯାଉଥିବା ଗୋଟିଏ ବସ୍ ବେଙ୍ଗଲର ମେଦିନିପୁରରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ସ୍ୱତନ୍ତ୍ର ବସ୍ ଯୋଗେ ଆଜି ଟ୍ରେନ ଟ୍ରାଜେଡିରେ ଆହତ ଲୋକଙ୍କୁ ବେଙ୍ଗଲ ପଠା ଯାଇଥିଲା । ତେବେ ମେଦିନିପୁର ସ୍ଥିତ ଜାତୀୟ ରାଜପଥରେ ବସ୍ ସହ ଗୋଟିଏ ପିକ ଅପ୍ ଭ୍ୟାନ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରେନ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଥିବା ଲୋକମାନେ ବସ୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ।
ସେମାନଙ୍କୁ ବେଙ୍ଗଲର ବିଭିନ୍ନ ହସ୍ପିଟାଲକୁ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁର୍ଘଟଣା ଗ୍ରସ୍ତ ବସରୁ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇ ଥିଲା। ଏଥିସହ ଦୁର୍ଘଟଣା ପରେ ଜାତୀୟ ରାଜପଥରେ ସୃଷ୍ଟି ହୋଇଥିବା ଟ୍ରାଫିକ ସମସ୍ୟାକୁ ମଧ୍ୟ ନିୟନ୍ତ୍ରଣ କରିଥିଲା। ଏବେ ସବୁ କିଛି ସ୍ୱାଭାବିକ ରହିଛି। ଦୁର୍ଘଟଣାରେ ବସ୍ର ସାମ୍ନାପଟ କ୍ଷତି ଗ୍ରସ୍ତ ହୋଇଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବାଚସ୍ପତିଙ୍କ ପୋଡିୟମ ଉପରକୁ ଡ଼ାଲି ଫିଙ୍ଗିଲେ ବିଜେପି ବିଧାୟକ । ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବିତ ।
କହିବାକୁ ସୁଯୋଗ ନଦେବାରୁ ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଡାଲି ମାଡ଼ କରିଥିଲେ ବିଜେପି ବିଧାୟକ । ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ଗୃହରୁ ନିଲମ୍ବିତ ହୋଇଛନ୍ତି । ବିରୋଧୀ ଦଳ ନେତା କହିଲେ, ଦଳୀୟ କର୍ମୀଙ୍କ ପରି ବ୍ୟବହାର କରୁଛନ୍ତି ବାଚସ୍ପତି । ଆଗାମୀ ଦିନରେ ଏହାର ପ୍ରତିବାଦ କରିବ ବିଜେପି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ଅହମ୍ମଦବାଦରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପୁଅ ଓ ଝିଅଙ୍କ ମଧ୍ୟରେ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ “କ୍ରାୟୋ ଫର୍ ଗୁଡ୍(Criiio 4 Good)” ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ କ୍ରୀଡାର ଶକ୍ତି ଏବଂ କ୍ରିକେଟର ଲୋକପ୍ରିୟତା ମାଧ୍ୟମରେ ଶିଶୁ କନ୍ୟାଙ୍କୁ ମାନଙ୍କୁ ସଶକ୍ତ କରିବା ସହ ଲିଙ୍ଗଗତ ସମାନତା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଅଧିକ ପଢନ୍ତୁ ଭାରତ ଖବର
ଆଇସିସି, ବିସିସିଆଇ, ୟୁନିସେଫ ଏବଂ ଶିକ୍ଷା ମନ୍ତ୍ରଣାଳୟର ମିଳିତ ଭାଗିଦାରୀରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ୮ଟି ସିରିଜ୍ ବିଶିଷ୍ଟ କ୍ରିକେଟ୍ ଆଧାରିତ ଆନିମେସନ ଚଳଚ୍ଚିତ୍ର ମାଧ୍ୟରେ ଲିଙ୍ଗଗତ ସମାନତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା, ଝିଅମାନଙ୍କୁ ଲାଇଫ ସ୍କିଲ୍ ସହ ଯୋଡିବା ଏବଂ କ୍ରୀଡାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଏହି ଅଭିନବ ଅଭିଯାନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଝିଅମାନେ ପୂର୍ବରୁ ଦେଶ ପାଇଁ ଗୌରବ ଆଣିଛନ୍ତି । ସାଇନା ନେହଓ୍ୱାଲ, ପିଭି ସିନ୍ଧୁ, ମେରି କମ୍, ଝୁଲଣ ଗୋସ୍ୱାମୀ, ମିତାଲି ରାଜ, ସ୍ମୃତି ମାନ୍ଧନାଙ୍କ ଭଳି ଝିଅ ଆମ ଦେଶର ଗୌରବ ବଢାଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମହିଳା ସଶକ୍ତିକରଣ ବିଶେଷ ଭାବରେ ଝିଅମାନଙ୍କ ସଶକ୍ତିକରଣ ଜାତୀୟ ଶିକ୍ଷା ନୀତିର ମୂଳ ଆଧାର । ଆଜିର ପଦକ୍ଷେପ ନେତୃତ୍ୱ, ସମସ୍ୟାର ସମାଧାନର ସୂତ୍ର ବାହାର କରିବା, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଜାଗ୍ରତ କରିବା, ନିଷ୍ପତି ନେବାର ସାମର୍ଥ୍ୟ, ବୁଝାମଣା, ସମବେଦନା, ଟିମ୍ ଓ୍ୱାର୍କ ଏବଂ ଲକ୍ଷ୍ୟ ସ୍ଥିର କରିବା ଭଳି ଆବଶ୍ୟକୀୟ ଲାଇଫ୍ ସ୍କିଲ୍ ଉପରେ ଗୁରୁତ୍ୱ ଦେବ । ଖେଳ ଆମ ସମସ୍ତଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଶିକ୍ଷା ମନ୍ତ୍ରଣାଳୟ ଏହି ମଡ୍ୟୁଲ ଗୁଡିକୁ ଦେଶରେ ଥିବା ୧.୫ ମିଲିୟନ ସ୍କୁଲକୁ ଦୀକ୍ଷା ପ୍ଲାଟଫର୍ମ ମାଧ୍ୟମରେ ପ୍ରଦାନ କରିବ ।
ଆମ ଦେଶ ମହିଳା ସଶକ୍ତିକରଣକୁ ପାରମ୍ପରିକ ଭାବେ ପରିଚୟ ଦେଇଆସିଛି । ଚନ୍ଦ୍ରାୟାନ-୩ ଅଭିଯାନରେ ଶତାଧିକ ମହିଳା ବୈଜ୍ଞାନିକଙ୍କ ଯୋଗଦାନ ରହିଛି । ନିକଟରେ ପ୍ରଧାନମନ୍ତ୍ରୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଗୃହରେ ଉପସ୍ଥାପନ କରିବା ସହ ପାରିତ କରାଇଛନ୍ତି । ଦେଶ ଏବେ ମହିଳା ଆଧାରିତ ବିକାଶର ନେତୃତ୍ୱ ନେଉଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ମହିଳା କ୍ରିକେଟ ଦଳର ଉପ ଅଧିନାୟକ ସ୍ମୃତି ମାନ୍ଧନା, ବିସିଆଇର ସେକ୍ରେଟାରୀ ଜୟ ଶାହ ପ୍ରମୁଖ ଉପସ୍ଥିତ ଥିଲେ ।
ଅର୍ଗସ ବ୍ୟୁରୋ : ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦୁଆରଶୁଣୀ ଘାଟିରେ ପୁଣି ଦୁର୍ଘଟଣା । ଟ୍ରକ୍ ସହ ବାଇକ୍ ମୁହାମୁହିଁ ଧକ୍କା । ଘଟଣା ସ୍ଥଳରେ ସ୍ବାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ । ବାଇକରେ ଥିବା ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଙ୍ଗିରିପୋଷି ପ୍ରାଥମିକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତକ ଦୁଇ ଜଣ ହେଲେ ବିଶୋଇ ଅଞ୍ଚଳର । ଖବର ପାଇବା ପରେ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ ବାଙ୍ଗିରିପୋଷି ଆଡୁ ବିଶୋଇ ଆଡେ ଯାଉଥିବା ଟ୍ରକ ସହ ବିଶୋଇ ଆଡୁ ବାରିପଦା ଅଭିମୁଖେ ଆସୁଥିବା ବାଇକ୍ ସମ୍ମୁଖକୁ ପିଟିଥିଲା ।