ଡକ୍ଟର ଅରୁଣ କୁମାର ପ୍ରହରାଜ୍ କୋଭିଡ-୧୯ ନିୟମାବଳୀକୁ ଗୁରୁତ୍ବ ଦେଇ କହିଛନ୍ତି ଯେ, ଆମେ କୋଭିଡ ନିୟମାବଳୀ ସହିତ କୌଣସି ସାଲିସ ନକରି, ସୁରକ୍ଷା ନିୟମକୁ କଡାକଡି ଭାବେ ପାଳନ ପୂର୍ବକ, ଆମର ସାସ୍କୃତିକ ମୂଲ୍ୟବୋଧକୁ ବଞ୍ଚାଇବାକୁ ଚେଷ୍ଟା କରିଛୁ । ସେ ଏକଥା ମଧ୍ୟ କହିଛନ୍ତି ଯେ, ‘ବାହାରିନ୍ ହେଉଛି ପ୍ରେମ,ଶାନ୍ତି ଓ ସମନ୍ବୟର ଦେଶ । ବାହାରିନ୍ ପରି ଏକ ଆଧୁନିକ,ଅଭିନବ ତଥା ପ୍ରଗତିଶୀଳ ରାଷ୍ଟ୍ରରେ ସମସ୍ତ ଧର୍ମର ଲୋକ ଧାର୍ମିକ ସ୍ବାଧିନତା ଉପଭୋଗ କରନ୍ତି । ଏହି ସ୍ବାଧିନତା ବାହାରିନ୍ ପାଇଁ ସ୍ବତନ୍ତ୍ର ଏବଂ ଏହି ସ୍ବାଧିନତା ଉପରେ ବାହାରିନ୍ ରାଜାଙ୍କ ଆନ୍ତରିକ ବିଶ୍ବାସ ଓ ପ୍ରତିବନ୍ଧତା ପାଇଁ ଆମେ କୃତଗ୍ୟ ।
ଏହି ଉସ୍ବବରେ ଭାରତୀୟ ଦୂତାବାସ ପ୍ରତିନିଧି ଭାବରେ ସଚିବ ଶ୍ରୀ ରବି ଶଙ୍କର ଶୁକ୍ଳା ଉପସ୍ଥିତ ହେବା ସହିତ, ଏହି ଭାରତୀୟ ପର୍ବ ପାଳନରେ ବାହାରିନ୍ ଓଡିଆ ସମାଜର ଉଦ୍ୟମକୁ ଗଭୀର ପ୍ରଶଂସା କରିଥିଲେ । ସେଠରେ ଗଣେଶ ବନ୍ଦନା ଓ ଭଜନରେ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା ।
ଏହି କାଯ୍ୟକ୍ରମରେ ନୃସିଂହ ଚରଣ ନାୟକ, ରମେଶ ପାଣିଗ୍ରାହୀ, ସ୍ନେହ ପାଣିଗ୍ରାହୀ, ଶୁଦ୍ଧେନ୍ଦୁ ଦାସ, ପ୍ରିୟା ଦାସ, ସୁବ୍ରତ ବଡପଣ୍ଡା, ସିଦ୍ଧାର୍ଥ, ଅଳକା, ଆନି, ହିମାଂଶୁ ଆଦି ସହଯୋଗ କରିଥିଲେ ।